ଅଦିନିଆ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚାଷୀ

ଖଣ୍ଡପଡା,୩୧ା୩(ସ୍ବ.ପ୍ର.): ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ବୃଷ୍ଟି ଯୋଗୁ ପନିପରିବା ଓ ରବି ଫସଲ ଉଜୁଡି ଯାଇଛି। ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ରାଣୀପଡ଼ା, ଶାଳଝରିଆ, ଗୁଣ୍ଠୁଣି, ଶିଖରପୁର, ସାହସପୁର, ବାଣପୁର, ସିଧାମୂଳା, ବୋଦସା ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷତମାମ ଜମିରେ ପନି ପରିବା ଛାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଅଦିନିଆ ବର୍ଷା ସବୁ କିଛି ନଷ୍ଟ କରି ଦେଇଛି। ଏବେ ଉଜୁଡା ଫସଲକୁ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷାର ପ୍ରଭାବରେ ମିଠା ମକା ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଥିବା ବେଳେ ଆମ୍ବ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। କୃଷି ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଆର୍ଥତ୍କ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *