ତାରିଖ ୦୧/୦୪/୨୩, ଶନିବାର

୧-ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ପ୍ରାର୍ଥୀ ହେଲେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ।

୨-ସରିଲା ବଜେଟ୍ ଅଧିବେଶନ,୨.୩୦ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ।

୩-ଉତ୍କଳ ଦିବସରେ ଖୁସି ଖବର, ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌ ଉଡାଣର ଟିକେଟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

୪-ଏପ୍ରିଲ ୧ ରୁ ୭ ପର୍ଯ୍ୟନ୍ତ ପାଳନ ହେବ ‘ଶୂନ ମୃତାହତ ସପ୍ତାହ’, ଅଭିଯାନ ସଫଳ ପାଇଁ ‘ରକ୍ଷକ’ଙ୍କୁ ଆହ୍ବାନ।

୫-ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୬-ଭୁବନେଶ୍ୱର: ‘ହରିଶ୍ଚନ୍ଦ୍ର’ ଓ ‘ମହାପ୍ରୟାଣ’ ପାଇଁ ୧୦୦ କୋଟି ଦେଲା OMC।

୭-ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ଦୁର୍ବଳ ସରକାରୀ ସ୍କୁଲ ଛାତ୍ରଛାତ୍ରୀ । ହାଇସ୍କୁଲରେ ପଢ଼ୁଥିବା ଅଧିକାଂଶ ପିଲାଙ୍କୁ ଆସୁନାହିଁ ହରଣ, ଗୁଣନ । ସର୍ବେକ୍ଷଣରୁ ଆସିଲା ଉଦବେଗଜନକ ତଥ୍ୟ।

୮-ଇତିହାସ ରଚିଲା ପ୍ଲାନେଟାରିୟମ: ଚଳିତ ଆର୍ଥିକ ବର୍ଷରେ ପରିଦର୍ଶନ କଲେ ୧,୭୫,୮୩୬ ସଂଖ୍ୟକ ଦର୍ଶକ; ଆଦାୟ ହେଲା ୪୩,୪୬,୨୦୫. ଟଙ୍କା ରାଜସ୍ୱ

୯-ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ, ଗାଁରେ ଖୋଲିବନି ନୂଆ ଦୋକାନ । ବିୟର ପାର୍ଲରରେ ବିକ୍ରିହେବ ୱାଇନ, ସମୁଦ୍ର କୂଳରେ ବି ମିଳିବ ମଦ।

୧୦-ଡେରାବିଶ: ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ, ପ୍ରାକ୍ତନ କେନ୍ଦ୍ରାପଡ଼ା ଜିଲ୍ଲା ବିଜ୍ଞାନ ପରିଦର୍ଶକ, ସଭାପତି ଓସ୍ତା ଡେରାବିଶ ବ୍ଲକ, ଜିଲ୍ଲା ସଂଯୋଜକ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ତଥା ଜାଗୁଳାଇ ବିଦ୍ୟାନିକେତନ, ବେଲରପାର ପ୍ରଧାନ ଶିକ୍ଷକ ଶ୍ରୀ ପୀତବାସ ପଣ୍ଡା ୩୧/୦୩/୨୩ ତାରିଖରେ ଅବସର ଗ୍ରହଣ କଲେ।

୧୧-ସମ୍ବଲପୁର:ବରଯାତ୍ରୀ ଗାଡି ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି।

୧୨-ଏପ୍ରିଲ ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ, ବିଜନେସ୍ ମିଟ୍ ରେ ଯୋଗଦେବେ ନବୀନ

୧୩-ବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ।

୧୪-ଜାଲ ସାର୍ଟିଫିକେଟ ଘଟଣା: ତଦନ୍ତ କରି ତଥ୍ୟ ଦେବାକୁ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ପୋଲିସର ଚିଠି।

୧୫-୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ । ୪ଟି କାର୍ଯ୍ୟଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ କଲେ ବାଚସ୍ପତି

୧୬-କୋରାପୁଟ:ପଡ଼ିଶା ଭାଷାର ପ୍ରାଧାନ୍ୟ ଭିତରେ ସ୍ଥିତି ଖୋଜୁଛି ଓଡ଼ିଆ,ସାମାଜିକ ବାର୍ତ୍ତାରେ ସୀମିତ ମାତୃଭାଷା ପ୍ରୀତି।

୧୭-ଶୋଭାଯାତ୍ରା ହିଂସାରେ ଜଳୁଛି ପଶ୍ଚିମବଙ୍ଗ । ଉଗ୍ର ହେଉଛି ରାମନବମୀରୁ ଆରମ୍ଭରୁ ହୋଇଥିବା ଗୋଷ୍ଠୀ ସଂଘର୍ଷ, ପଥର, ଲାଠି ମାଡରେ ଉଠୁଛି ପଡୁଛି ଶିବପୁରୀ।

୧୮-IPL 2023: ଉଦଘାଟନୀ ମ୍ୟାଚ୍‌ରେ ଗୁଜରାଟ୍ ଟାଇଟନ୍ସର ଆକର୍ଷଣୀୟ ବିଜୟ, ପରାଜୟରୁ ଚେନ୍ନାଇର ଅଭିଯାନ ଆରମ୍ଭ।

୧୯-ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳ:ମଶାଧୂପ ପାଇଁ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ।

Leave a Reply

Your email address will not be published. Required fields are marked *