ଆଇପିଏଲ ୨୦୨୩ : ଆଜି ପଞ୍ଜାବ-କୋଲକାତା ଓ ସୁପର ଜାଏଣ୍ଟ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା

ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ଦ୍ୱିତୀୟ ମୁକାବିଲା ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର ଏବଂ ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଶନିବାରର ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟ ସମୟରେ ମୋହାଲିରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍ ସନ୍ଧ୍ୟା ସାଢେ ୭ଟାରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯିବ ।

ଆଜିର ଦୁଇଟି ମ୍ୟାଚ ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସାହିତ ରହିଛନ୍ତି । ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ । ସେହିପରି ସୁପର ଜାଏଣ୍ଟସର ଅଧିନାୟିକତ୍ବ କରିବେ ଏକ ଏଲ ରାହୁଲ । ସୁପର ଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ରହିଛି । ଗତ ସିଜନରେ ଦେଖିବାକୁ ମିଳିଥିବା ଦୁର୍ବଳତା ଏଥର ଦୂର ହୋଇଛି । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂକୁ ସୁଦୃଢ କରିବାକୁ ନିକୋଲାସ ପୂରନଙ୍କୁ ଏଥର କିଣିଛି । ଏକାଧିକ ଅଲ୍‌ରାଉଣ୍ଡର ସୁପର ଜାଏଣ୍ଟ୍‌ସ ଦଳକୁ ସୁଦୃଢ କରିଛନ୍ତି । ତଥାପି ପେସ୍‌ ବୋଲର ମହସିନ ଖାନଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତା ବୋଲି କୋଚ୍‌ ଆଣ୍ଡି ଫ୍ଲାୱାର ମତ ଦେଇଛନ୍ତି ।

ସେପଟେ ରିଷଭ ପନ୍ତଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ କରିଛି । ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଥିବା ଦଲରେ ଅଲ୍‌ରାଉଣ୍ଡର ଭାବେ କେବଳ ଅକ୍ଷର ପଟେଲଙ୍କୁ ସ୍ଥନ ମିଳିଛି । ପନ୍ତ ଆହତ ଥିଲେ ହେଁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଡେଭିଡ୍‌ ୱାର୍ଣ୍ଣର, ପୃଥ୍ୱୀ ଶ’, ମିଚେଲ ମାର୍ଶ, ରାଇଲି ରସୋ, ସର୍ଫରାଜ ଖାନ, ରୋଭମାନ ପାୱେଲଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ଅନ୍ୟପଟେ ପଞ୍ଜାବ କିଙ୍ଗସର ଶିଖର ଧବନ ଟିମକୁ ଟକ୍କର ଦେବାକୁ ନୀତିଶ ରାଣାଙ୍କ କୋଲକାତା ନାଇଟ ରାଇଡର ଟିମ୍ ପ୍ରସ୍ତୁତ ହୋଇଛି । ଆଜି ଆଣ୍ଡ୍ରିୟୁ ରର୍ସଲଙ୍କ ପାଓ୍ବାର ଶୋ ଦେବାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ । ସେପଟେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ ମଧ୍ୟ କରିବ ।

Leave a Reply

Your email address will not be published. Required fields are marked *