ଜଟଣୀ ବାର ଆସୋସିଏସନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ଜଟଣୀ, ଜେ,ଏମ୍,ଏଫ୍,ସି କୋର୍ଟର ତା ୦୯୵୦୩୵୨୦୨୩ ରେ ଇଲେକସନ୍ ହୋଇଯାଇଥିଲା। ତାର ଫଳା ଫଳ ପରେ ଯେଉଁ ନୁତନ ସଭ୍ୟ ମାନେ ମତଦାନରେ ବିଜୟୀ ହୋଇଥିଲେ ସେହି ସଦସ୍ୟ ମାନଙ୍କୁ ନେଇ ୨୦୨୩ ୵ ୨୦୨୪ ବର୍ଷ ପାଇଁ ଶପଥ ଗ୍ରହଣର ସଭା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏହି ସଭାକୁ ବହୁ ମାନ୍ୟଗନ୍ୟ ଆଇନଜୀବୀ ଯୋଗ ଦେଇଥିଲେ। ସଭାଟିକୁ ଆଇନଜୀବୀ ତଥା ମିଡିଆ ସେଲ୍ ର କୋଡିନେଟର
ଶ୍ରୀ ଅକ୍ଷାଂଶୁ ଶେଖର ନାୟକଙ୍କ ଦ୍ବାରା ସମସ୍ତ ଆୟୋଜନ କରାଯାଇଥିଲା। ସଭାର ସଭାପତି ଶ୍ରୀ ଶୈଳେନ୍ଦ୍ର ପଟ୍ଟନାୟକ ଏବଂ ଇଲେକସନ୍ ଅଫିସର ବରିଷ୍ଠ ଆଇନଜୀବୀ ଙ୍କ ଦ୍ବାରା ସଭା ସୁପରିଚାଳନା ହୋଇଥିଲା। ବରିଷ୍ଠ ଆଇନଜୀବୀ ତଥା ଇଲେକସନ୍ ଅଫିସରଙ୍କ ଦ୍ବାରା ନୁତନ କର୍ମକର୍ତ୍ତା ତଥା ଆଇନଜୀବୀ ମାନଙ୍କୁ ମାନପତ୍ର ପୁଷ୍ପଗୁଛ ଦେଇ ଆପାଇତ କରାଯାଇଥିଲା।

Leave a Reply

Your email address will not be published. Required fields are marked *