ଇରାନ ସୀମାରେ ପାକିସ୍ତାନ ସେନାଙ୍କ ଉପରେ ଆତଙ୍କବାଦୀ ଆକମ୍ରଣ, ୪ ଯବାନ ମୃତ

ଇସଲାମାବାଦ,୨।୪: ପାକିସ୍ତାନର ବଲୁଚିସ୍ତାନରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଇରାନ ସୀମା ନିକଟରେ ଏକ ଚରମପନ୍ଥୀ ସଙ୍ଗଠନ ଦ୍ୱାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୪ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏପ୍ରିଲ ୨ରେ ପାକସ୍ତାନ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନନ୍ସ(ଆଇଏସପିଆର)ର ବୟାନରେ କୁହାଯାଇଛି, ପାକିସ୍ତାନ ଇରାନ ବର୍ଡର ନିକଟରେ ବଲୁଚିସ୍ତାନର କେଚ ଜିଲାରେ ସ୍ଥିତ ଜଲଗାଇ ସେକ୍ଟରରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯେଉଁଥିରେ ଆମର କେତେଜଣ ଯବାନ ଶହୀଦ ହୋଇଛନ୍ତି। ବୟାନରେ କୁହାଯାଇଛି କି ଏହି ଆକ୍ରମଣ ଇରାନରେ ଅପରେଟ କରୁଥିବା ଆତଙ୍କବାଦୀମାନେ କରିଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

Leave a Reply

Your email address will not be published. Required fields are marked *