“ଜଟଣୀ ନାଇଜରରେ ଉତ୍କଳଦିବସ ପାଳନ”

ଜଟଣୀ:- ନାଇଜରରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଓଡିଶାର ଗର୍ବ ତଥା ଜଟଣୀର ଗୌରବ ନାଇଜର ଗବେଷଣା ପ୍ରତିଷ୍ଠାନ। ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଜାତୀୟ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ନାଇଜର, ପ୍ରେକ୍ଷାଳୟରେ ମହାସମାରୋହରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏଥିରେ ଡକ୍ଟର ଅଭୟ କୁମାର ନାୟକଙ୍କ ପରିଚାଳନା ଦାୟିତ୍ବ ନେଇଥିଲେ ଏବଂ ସଭାର ସଭାପତି ନିର୍ଦ୍ଦେଶକ ପ୍ରଫେସର ଶ୍ରୀ ସୁଧାକର ପଣ୍ଡା, ମୁଖ୍ୟ ଅତିଥି ଖଣ୍ତପଡା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ଯ ରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ପ୍ରସନ୍ନ କୁମାର ସ୍ବାଇଁ ଏବଂ ମୁଖ୍ୟ ଅତିଥି ବହୁ ଚର୍ଚ୍ଚିତ ହାସ୍ୟ, ବ୍ୟଙ୍ଗକବି ଶ୍ରୀ ଜ୍ଞାନ ହୋତା ଯୋଗ ଦେଇଥିଲେ। ଆଲୋଚନା ର ବିଷୟବସ୍ତୁ ଉତ୍କଳ ଦିବସ। ଉତ୍କଳ ଦିବସ ୧୯୩୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ୮୮ ବର୍ଷରେ ପହଞ୍ଚିଛି। ଆଜି ସେହି ମହତ ଦିନକୁ ଆମେ ଓଡିଶା ବାସି ଗର୍ବର ସହିତ ପାଳନ କରିଆସୁଛୁ। ଏହି ଦିନଟି ଓଡିଶାର ଏକ ସ୍ମରଣୀୟ ଦିନ ଏବଂ ଆମର ଗର୍ବ ଏବଂ ଗୌରବର ଦିନ। ଏହି ଦିନ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦିଆଯାଇଥିଲା। ସେଥିପାଇଁ ଓଡିଶାର ପ୍ରତ୍ୟେକ ଓଡିଆ ନାଗରିକ ଅପ୍ରେଲ ୧ ତାରିଖକୁ ଗୁରୁତ୍ୱପୂର୍ଣ୍ଣ ଦିବସର ମାନ୍ୟତା ଦେଉଛନ୍ତି। ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଆଣିବା ପାଇଁ ୧୮୧୭ ମସିହାରେ ମହାନାୟକ, ମହାପୁରୁଷ ଉତ୍କଳ ମଣି ଗୋପବନ୍ଧୁ, ମଧୁସୂଦନ, ରାଧାନାଥ, ଫକୀର ମୋହନ, ଗଙ୍ଗାଧର ମେହେର, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଏବଂ ବକ୍ସି ଜଗବନ୍ଧୁ ଏହି ମାନଙ୍କ ଭଳି ମହାନ ଆତ୍ମା ନିଜ ଜାତିର ଉନ୍ନତି ପାଇଁ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଓଡିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆଣିବା ପାଇଁ ଏହି ମାନଙ୍କ ନେତୃତ୍ବରେ ପାଇକ ବିଦ୍ରୋହ କରିଥିଲେ। ଓଡିଶାର ବରପୁତ୍ର ବକ୍ସି ଜଗବନ୍ଧୁ ଇଂରେଜ ସରକାରଙ୍କ ବିରୋଧରେ ୧୮୨୬ ମସିହାରେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ। ପରିଶେଷରେ ଅପ୍ରେଲ ୧ ତାରିଖ ଓଡିଶା ଇତିହାସର ଏକ ସ୍ମରଣୀୟ ଦିବସ ଏବଂ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା।ଆମେ ଓଡିଶା ବାସି ଗର୍ବର ସହିତ ୧ ଅପ୍ରେଲ ଦୁଇଟିକୁ ଉତ୍କଳ ରୂପେ ପାଳନ କରି ଆସିଛୁ।

Leave a Reply

Your email address will not be published. Required fields are marked *