ତାରିଖ: ୦୩.୦୪.୨୦୨୩, ସୋମ ବାର

୧-ଇରାନ୍‌ରେ ହିଜାବକୁ ନେଇ ପୁଣି ଉତ୍ତେଜନା: ମହିଳାଙ୍କୁ ଉପରକୁ ଦହି ଫିଙ୍ଗିଲେ ବ୍ୟକ୍ତି, ଖୋଲା କେଶ ପାଇଁ ଦୁଇ ମହିଳା ଗିରଫ।

୨-ପିଏମ ମୋଦୀ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା, ମର୍ଣ୍ଣିଂ କନସଲ୍ଟ ସର୍ଭେରେ ପଛରେ ପଡ଼ିଲେ ବାଇଡେନ ଏବଂ ସୁନକ ।

୩-ଆମ ଲଢେଇ ଭାରତ ସରକାରଙ୍କ ସହ ଚାଲିଛି: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲେ ଖଲିସ୍ତାନ ସଂଗଠନ ।

୪-ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର୍‌ର ଆର୍ଟ ହାଉସ୍ କୋକିଳାବେନ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ।

୫-ପଶ୍ଚିମବଙ୍ଗରେ ପୁଣି ବଢ଼ିଲା ହିଂସା, ବିଜେପି ସାଂସଦଙ୍କ କାର୍ଯ୍ୟକ୍ରମରେ ପୋଡ଼ାଜଳା ଓ ପଥରମାଡ଼ ।

୬-ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ ।

୭-ଆଫ୍ରିକାର ନାମ୍ବିଆରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାବାଘ ମଧ୍ୟରୁ ଗୋଟିଏ ନିକଟସ୍ଥ ଗାଁକୁ ପଶିଯାଇଛି। ଗାଁ ଲୋକେ ଚିତାବାଘକୁ ଦେଖି ଆତଙ୍କିତ ହେବା ସହିତ ଜଙ୍ଗଲ ବିଭାଗକୁ ଖବର ଦେଇଛନ୍ତି।

୮- ଆଇପିଏଲରେ କୋହଲି ଏବଂ ଡୁପ୍ଲେସିଙ୍କ ପ୍ରହାରରେ ମୁମ୍ବାଇ ଧରାଶାୟୀ, ଆରସିବିର ଏକତରଫା ବିଜୟ ।

୯-ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ଦିନିଆ ଜାପାନ ଗସ୍ତ , ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ ।

୧୦-ଗେଟ୍‌ ସୋ’ ଆପ୍‌ ଜରିଆରେ ୧୪୪କୋଟିରୁ ଅଧିକ ଠକେଇ, କୋଲକାତାରୁ ଠକକୁ ଗିରଫ କଲା ଇଓଡବ୍ଲୁ ।

୧୧-ଆଜିଠୁ ନୂଆ ଶିକ୍ଷାବର୍ଷ ଆରମ୍ଭ, ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ ।

୧୨-ଓଡ଼ିଆ ଭାଷାକୁ ଦୁର୍ବଳ କରିବାକୁ ଭଡ଼ାଘରେ ତେଲୁଗୁ ଶିଖାଉଛି ଆନ୍ଧ୍ର ।

୧୩-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ (ଜେଏନପିଏ) ମାର୍ଚ୍ଚ ୩୦ରେ ନିଜ ଇତିହାସରେ ପ୍ରଥମ ଥର ପାଇଁ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରି ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *