ମହିଳାଙ୍କୁ ଘରେପଶି ଆକ୍ରମଣ:ପୁଲିସ ନୀରବ


ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତ ରେ ତାଙ୍କଘରେ ଜବରଦସ୍ତପଶି ଆକ୍ରମଣ କରିଥିବା ସଂପର୍କରେ ଥାନାରେ
ଅଭିଯୋଗହେବା ପରେ ମାମଲାରୁଜୁକରି
ପୁଲିସ ନୀରବଦ୍ରଷ୍ଟାସାଜିବା ସାଧାରଣରେ
ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହିଭଳି ଏକ
ଘଟଣା ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର
ବୋତଳମା ଗ୍ରାମପଂଚାୟତ ତଥା ଜଂକିଆଥାନା
ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ।ଗତ ୨ତାରିଖ ଦିନଗ୍ରାମର
ସନ୍ତୋଷକୁମାର ମହାପାତ୍ର ନିଜ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର
ରମେଶ ମହାପାତ୍ର,ତାଙ୍କ ସ୍ତ୍ରୀ ଜାନକୀ ମହାପାତ୍ର,ପୁଅ ପିକଂନ ମହାପାତ୍ର,ନଣ୍ଡା ମହାପାତ୍ର ଓ ଟିକିଲି ମହାପାତ୍ର ସଂଘବଦ୍ଧ ଭାବେ ଶ୍ରୀ ମହାପାତ୍ରଙ୍କ ଘରେ ବଳପୂର୍ବକ ଜୋର
ଜବରଦସ୍ତପଶି ତାଙ୍କ ସ୍ତ୍ରୀ ଜୟନ୍ତୀ ମହାପାତ୍ରଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଂଗାରେ
ତାଂକ ମୁଣ୍ଡକୁ ପ୍ରହାର କରିବାରୁ ପ୍ରଚୁର
ରକ୍ତସ୍ରାବ ହୋଇଥିଲା।ଏହାପରେ ଅଭିଯୁକ୍ତ
ମାନେ ଗୁରୁତର ଆହତ ମହିଳାକୁଂ ଘରୁ
ଘୋଷାରି ଆଣି ଦାଣ୍ଡମଝିରେ ସର୍ବସାଧାରଣରେ
ନିସ୍ତୁକପିଟିବାସହ ସେ ବେକରେ ଲଗାଇଥିବା
ସୁନାର ମଂଗଳସୂତ୍ରଟିକୁ ଛିଡାଇନେଇ
ଯାଇଥିଲେଓ ଆମ ବିରୁଦ୍ଧରେ ଗଲେ ତୁମ ସ୍ବାମୀକୁ ଜୀବନରେ ମାରିଦେବାକୁ ଧମକ ଦେଇଯାଇଛନ୍ତି।ଏପରିକି ଅଭିଯୋଗକାରିଣୀକଂ ୮୫ବର୍ଷ ବୟସ୍କବୃଦ୍ଧ ଶଶ୍ବରକୁ ଏହି ଅଭିଯୁକ୍ତମାନେ ମଧ୍ୟ ନିସ୍ତୁକ ପିଟିଥିଲେ।ଏସଂପର୍କରେ ଅଭିଯୋଗକାରିଣୀକଂ ତରଫରୁ ସ୍ଥାନୀୟ ବୋତଳମା ଗୋଷ୍ଠୀସ୍ବାସ୍ଥ୍ୟକେଂଦ୍ରରେ ଚିକିସିତ
ହୋଇ ଚିକିସା ରିପୋର୍ଟସହିତ ଜଂକିଆଥାନାରେ
ଏତଲା ଦେବାରୁ ଥାନାତରଫରୁ ଜଂକିଆଥାନା
କେସନମ୍ବର୧୧୮/୦୨୩ର ଭାରତୀୟ
ଦଣ୍ଡବିଧି ଆଇନର ଦଫା୪୪୮/୩୪୧/୨୯୪/୩୨୩/୩୫୪/୫୦୬/୩୭୯ ଓ୩୪ ଆଇପିସି ଧାରାରେ ମକଦମାକରି
ନୀରବ ରହିବା ସହିତ ଅଭିଯୁକ୍ତ ମାନକୁଂ
୪୧ ଧାରାରେ ଜାମିନ ଦେବାକୁ ମସୁଧା
ଚଳାଇଥିବା ଅଭିଯୋଗ ହେଉଛି।ଅପରପକ୍ଷ
ତରଫରୁ ଥାନାରେ ଏକ ଅଭିଯୋଗ ହୋଇଥିବା
ବିଶେଷ ସୂତ୍ରରୁ ପ୍ରକାଶ।ଖୋର୍ଦ୍ଧା ଆରକ୍ଷୀଅଧିକ୍ଷକ ଏଥିପ୍ରତି ତୁରନ୍ତଦୃଷ୍ଟିଦେଇ
ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ
ଦାବି ହେଉଛି।

Leave a Reply

Your email address will not be published. Required fields are marked *