“ଓଡ଼ିଶା ମୋ ପରିବାର” ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

“ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ ଜିବନ ବିନ୍ଦୁ ମାଧ୍ୟମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ୍ ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ରକ୍ତଦାନ ଶିବିର ଭାଇଲପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଯୋଗଦେଇ ସମସ୍ତ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା “ଓଡ଼ିଶା ମୋ ପରିବାର” ଓ ଜିବନ ବିନ୍ଦୁ ସଂଯୋଜକ ସୁଭାସିସ ଖୁଣ୍ଟିଆ,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ବରିଷ୍ଠ ନେତା ନୁନୁ ମିଶ୍ର, ରମେଶ ପ୍ରଧାନ,ରାମ ଚନ୍ଦ୍ର ଷଡ଼ଙ୍ଗୀ,ନିରଞ୍ଜନ ପରିଡା ଓ ଅରୁଣ କୁମାର ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Leave a Reply

Your email address will not be published. Required fields are marked *