ପୁରୀରେ ବିଜେଡିରୁ ଭାଗିରଥି ସେନାପତିଙ୍କ ପ୍ରାର୍ଥୀପତ୍ର ଦାଖଲ l

ଆଜି ପୁରୀଜିଲ୍ଲା ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ଜୋନ ପ୍ରାର୍ଥୀପତ୍ର ଦାଖଲ ଦ୍ଵିତୀୟ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ସହିତ ଜିଲ୍ଲାପରିଷଦ ଅଧକ୍ଷା ସ୍ବପ୍ନରାଣୀ ସ୍ୱାଇଁ, ରାଜ୍ୟ ବିଜେଡି ଉପସଭାପତି ସୁଭାଶିଷ ଖୁଣ୍ଟିଆ, ଗୌରହରୀ ପ୍ରଧାନ, ଗୋପ ବ୍ଲକ ବିଜେଡି ସଭାପତିଙ୍କ ସହିତ ପାଞ୍ଚଶହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମୀ ଭାଗିରଥି ସେନାପତିଙ୍କ ସହିତ ସୁବାଷବୋଷ ଛକ ନିକଟରୁ ଏକ ପଟୁଆର ରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଉପଜିଲ୍ଲାପାଳ ଭବତଚରଣ ସାହୁଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଏଠାରେ ଆପଣ ମାନଙ୍କୁ ସୂଚେଇ ଦେବାକୁ ଚାହୁଁଛୁକି ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କର ମୃତ୍ୟୁ ପରେ ଏହି ଉପନିର୍ବାଚନ କରାଯାଉଛି l ଭାଗିରଥି ସେନାପତି ଗତ ନିର୍ବାଚନ ରେ ଜାତୀୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିବା ବେଳେ ଚଳିତ ଉପନିର୍ବାଚନ ପାଇଁ ଦୁଇଦିନ ତଳେ କଂଗ୍ରେସ ଛାଡି ବିଯୁଜନତା ଦଳରେ ସାମିଲ ହୋଇ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ମନ୍ତ୍ରୀ ସମୀର ରଞ୍ଜନ ଦାସ ଭାଗିରଥିଙ୍କ ଉପରେ ଆଶା ପ୍ରକଟ କରି ୫ହଜାର ରୁ ଉର୍ଦ୍ଧ ଭୋଟରେ ଜିତିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।