ତାରିଖ ୦୬/୦୪/୨୩, ଗୁରୁବାର

୧-ଜାପାନ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ: ମିଳିଲା ୨୬ ହଜାର କୋଟିର ନିବେଶ ପ୍ରସ୍ତାବ।

୨-ରେକର୍ଡ ଭାଙ୍ଗିଲା ସୁନା ଦର:ପ୍ରଥମ ଥର ପାଇଁ ଟପିଲା ଭରି ୬୧ ହଜାରରେ।

୩-ଆସିବ ରାଜ୍ୟ ବୀମା ଯୋଜନା: ବିଦ୍ୟାର୍ଥୀ ପଢ଼ିବେ ବୀମା ପାଠ।

୪-ଭୁବନେଶ୍ୱର:ଦୂର ହେଲା ଦ୍ବନ୍ଦ, ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ୫ ବର୍ଷର ପିଲା।

୫-ହାଇକୋର୍ଟରେ ଦାୟର ଶିଶୁଭବନ ସଂପର୍କିତ ମାମଲାରେ ଜବାବ ରଖ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

୬-ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା ,ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ, ୨୩ରୁ ମେ’ ୭ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ

୭-ଉଦଳା ଥାନା ଅମ୍ବିକାଦେଇପୁର ଗାଁ:ସଚେତନତା କରିବାକୁ ଯାଇଥିବା ବେଳେ ତାତିଲେ ଗ୍ରାମବାସୀ, ସାତ ଘଣ୍ଟାରୁ ଅଧିକ ସମୟ ଧରି ବନ ବିଭାଗ କର୍ମଚାରୀଙ୍କୁ ରଖିଲେ ଅଟକ।

୮-ରାଜ୍ୟରେ ଦିନକରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍‌‌ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି।

୯-ପୁଣି ଚିଲିକାର ଅଟକିଲା ଯାତ୍ରୀବାହୀ ଘାଟ ଡଙ୍ଗା, ଜହ୍ନିକୁଦା ଠାରୁ 300 ମିଟର ଆସିବା ପରେ ଫସି ରହିଲା।

୧୦-ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହ , ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ:ଅନ୍ତର୍ଯ୍ୟାମୀ ମିଶ୍ର,ଡକ୍ଟର କ୍ରିଷ୍ଣା ପଟେଲ ଓ ପଟ୍ଟାୟତ କୁମାର ସାହୁ ପାଇଲେ ପଦ୍ମ ପୁରସ୍କାର।

୧୧-ଆଜି ଠାରୁ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବିକ୍ଷିପ୍ତ ଝଡ଼ବର୍ଷା, ଓଡିଶାରେ ପଡିବ ପ୍ରଭାବ।

୧୨-ଛତିଶଗଡ଼ରେ ବରକୁ ହତ୍ୟା । ପ୍ରତିଶୋଧ ନେଲା ପ୍ରେମିକ; ମ୍ୟୁଜିକ୍‌ ସିଷ୍ଟମ୍‌ରେ ଖଞ୍ଜିଦେଲା ବୋମା।ବର ଓ ବଡ଼ ଭାଇ ମୃତ, ୪ ଆହତ।

୧୩-ସିଟି ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅଚଳାଚଳ ସଂପତ୍ତି, ଲକରରେ ରହିଛି ୧୯ଟି ସୁନା ବିସ୍କୁଟ।

୧୪-ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡ଼ିର ବାଜିମାତ।

୧୫-ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍।

୧୬-ପୁଣି ପ୍ରବାସୀ ଦୁଃଖ; ନିର୍ଯାତନା ସହିନପାରି ଭୋକିଲା ଚାଲିଲେ ୧୦୦୦କି.ମି, ସାତଦିନ ପରେ କଳାହାଣ୍ଡିରେ ପହଞ୍ଚିଲେ ୩ ଶ୍ରମିକ।

୧୭-ଷ୍ଟାଣ୍ଡଅପ୍‌‌ ଇଣ୍ଡିଆକୁ ସାତ ବର୍ଷ : ୪୦ହଜାର କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର

୧୮-IPL 2023: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ପଞ୍ଜାବ, ରାଜସ୍ଥାନକୁ ୫ ରନରେ ଦେଲା ମାତ୍।

୧୯-ଏଲନ ମସ୍କଙ୍କୁ ଶକ୍ତ ଝଟକା, ଦୁନିଆର ଏକ ନମ୍ବର ଧନୀ ମାନ୍ୟତା ହରାଇଲେ।

Leave a Reply

Your email address will not be published. Required fields are marked *