ଓଡ଼ିଶାରେ ପ୍ରଥମଥର ପାଇଁ ସେମି ହାଇସ୍ପିଡ ଟ୍ରେନ୍, ପୁରୀ-ହାୱଡ଼ା ମଧ୍ୟରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ହାୱଡ଼ା ମଧ୍ୟରେ ଖୁବ ଶୀଘ୍ର ଚଳାଚଳ କରିବ ଏହି ସେମି ହାଇସ୍ପିଡ ଟ୍ରେନ୍ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ସମୟ ସାରଣୀ ଜାରି କରାଯାଇଛି। ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିବା ସମ୍ଭାବନା ଅଛି।
ପୁରୀ-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ୍‌‌ ମଧ୍ୟରେ ରହିବ। ଏହି ଟ୍ରେନ୍‌‌ ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହିବ । ପ୍ରତି ଷ୍ଟେସନ୍‌‌ରେ ଏହା ୫ ମିନିଟ ରହିବ। ଜାରି ସମୟ ସାରଣୀ ଅନୁସାରେ ଏହି ଟ୍ରେନ୍‌‌ ପୁରୀରୁ ଅପରାହ୍ନ ୨ଟାରେ ଯାତ୍ରା ଆରମ୍ଭ କରି ସଂଧ୍ୟା ୬.୧୭ରେ ହାୱଡ଼ାରେ ପହଞ୍ଚିବ। ତେବେ ଏହି ସମୟ ସାରଣୀ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।

୨୦୨୧ ଅଗଷ୍ଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଗସ୍ତରେ ଆସିଥିବା ସମୟରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଚଳାଚଳ କରିବା ନେଇ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *