‘ପ୍ରୋଜେକ୍ଟ ଟାଇଗର’ ୫0 ବର୍ଷ ପୂରଣ ଅବସରରେ ବାଲୁକାକଳା

ଦେଶରେ ‘ପ୍ରୋଜେକ୍ଟ ଟାଇଗର’ 50 ବର୍ଷ ପୂରଣ କରିଛି । ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ପାଇଁ ନୁହେଁ ବିଶ୍ବ ପାଇଁ ଗର୍ବର ବିଷୟ ।ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ଏକ ସୁନ୍ଦର ବାଲୁକାକଳା ।ଆୱାର୍ ଟାଇଗର ଆୱାର୍ ପ୍ରାଇଡ଼ (Our Tiger Our Pride)ର ଏକ ବାର୍ତ୍ତାଦେଇ ସେ ଏହି ବାଲୁକାକଳା ଟିକୁ ପ୍ରସ୍ତୁତ କରିଛନ୍ତି ।ଯାହାର ଲମ୍ବା ରହିଛି ପ୍ରାୟ 20 ଫୁଟ ।ଏହି ବାଲୁକା କଳାରେ ସେ ଭାରତୀୟ ଚିତାବାଘ ବା କଲରାପତରିଆ ବାଘକୁ ସ୍ଥାନ ଦେଇଥିବା ବେଳେ ଏହି ବାଲୁକାକଳା ଟି ଖୁବ ଆକର୍ଷଣୀୟ ହୋଇଛି ।
ସେପଟେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ଗଣନା ଘୋଷଣା କରିଛନ୍ତି । 2022 ଗଣନା ଅନୁଯାୟୀ ବାଘ ସଂଖ୍ୟା ଘୋଷଣା ହୋଇଛି । ଦେଶରେ ବାଘ ସଂଖ୍ୟା 3167କୁ ବୃଦ୍ଧି ହୋଇଛି।75 ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ପାଖାପାଖି 75 ପ୍ରତିଶତ ବାଘ ସଂଖ୍ୟା ଭାରତରେ ରହିଛି । ଗତ 12 ବର୍ଷ ମଧ୍ୟରେ ବାଣ ସଂଖ୍ୟା 75 ପ୍ରତିଶତ ବୃଦ୍ଧି ହୋଇଛି । ଏହା ସମସ୍ତ ମିଳିତ ଉଦ୍ୟମରେ ସଫଳ ହୋଇଛି ବୋଲି ପ୍ରୋଜେକ୍ଟ ଟାଇଗରର 50 ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି ।

Leave a Reply

Your email address will not be published. Required fields are marked *