ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସଲମାନଙ୍କୁ ହତ୍ୟା କରିବା କଥା କହିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଧମକ ଦେବାବାଲା ଜଣେ ନାବାଳକ। ପୋଲିସ ତାଙ୍କୁ ଗିରଫ କରି ପଚରା ଉଚରା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଧମକ ଦେଇଥିବା ବ୍ୟକ୍ତି ଜଣେ ନାବାଳକ। ଏବେ ଏହାକୁ ନେଇ ପୋଲିସ କହିଛି ଏହି କଲକୁ ଗମ୍ଭିରତାର ସହ ନିଆଯାଉ ନାହିଁ। କାରଣ ଏହି କଲ ଜଣେ ନାବଳକ କରିଛନ୍ତି। ଏବେ ଏହାର ଯାଞ୍ଚ ଚାଲିଛି ଯେ କାହିଁକି ନାବାଳକ ଜଣକ ଏମିତି କଲ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ନାବାଳକ ପୋଲିସ କଣ୍ଟ୍ରୋଲ ରୁମକୁ ସଲମାନ ଖାଁଙ୍କ ପାଇଁ ଫୋନ କରିଥିଲେ। ଯେଉଁଥିରେ ସେ କହିଥିଲେ କି ସେ ସଲମାନ ଖାଁଙ୍କୁ ଆସନ୍ତା ୩୦ ତାରିଖରେ ହତ୍ୟା କରିବେ। ଏହି ସମୟରେ କଲ କରି ସେ ତାଙ୍କର ନାମ ରକି ଭାଇ ବୋଲି କହିଥିଲେ। ଏହାସହ ସେ କହିଥିଲେ ଯେ ସେ ହେଉଛନ୍ତି ଯୋଧପୁର ବାସିନ୍ଦା ଓ ଜଣେ ଗୋରକ୍ଷକ।

Leave a Reply

Your email address will not be published. Required fields are marked *