ମିଥ୍ୟା ଖବର ପ୍ରସାର ମାମଲା: କେନ୍ଦ୍ର-ବିହାର-ତାମିଲନାଡୁକୁ ସୁପ୍ରିମ୍କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧।୪ : ୟୁଟ୍ୟୁବର୍ ମନୀଷ କାଶ୍ୟପଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର, ବିହାର ଏବଂ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ କାଶ୍ୟପ ତାମିଲନାଡୁ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ତାମିଲନାଡୁ ବ୍ୟତୀତ ବିହାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ପ୍ରସଙ୍ଗରେ କାଶ୍ୟପ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଏଫଆଇଆର୍ କୋର୍ଟରେ ମିଶ୍ରଣ କରିବାକୁ ଦାବି କରିଛନ୍ତି।
ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ସଞ୍ଜୟ କାରୋଲଙ୍କ ଏକ ବେଞ୍ଚ ୨୧ ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ସ୍ଥିର କରିଛନ୍ତି।