ଡ୍ରୋନ୍‌ ମାଧ୍ୟମରେ ଚୋରା ଅସ୍ତ୍ରଶସ୍ତ୍ର କାରବାର ଆହ୍ବାନର ସମ୍ମୁଖୀନ ହେଉଛି ଭାରତ

ଜେନେଭା,୧୧।୪ : ମିଳିତ ଜାତିସଂଘରେ ଭାରତର ପ୍ରତିନିଧୀ ରୁଚିରା କାମ୍ବୋଜ ନାମ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଜାତିସଂଘରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କାରବାର ରୋକିବା ନେଇ ଚାଲିଥିବା ବିତର୍କରେ ସେ ସିଧାସଳଖ ପାକିସ୍ତାନକୁ ଘେରତଛନ୍ତି। କାମ୍ବୋଜ କହିଛନ୍ତି, ସୀମା ଆରପାରିରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଆହ୍ବାନର ସମ୍ମୁଖୀନ ଭାରତ ହେଉଛି।

ବେଆଇନ ଅସ୍ତ୍ର କାରବାର କରୁଥିବା ଏବଂ ୟଆତଙ୍କବାଦୀଙ୍କ ସହ ମିଶି କାର୍ଯ୍ୟ କରୁଥିବା କେତେକ ଦେଶଙ୍କୁ ଏହି ଭୁଲ ପାଇଁ ଦାୟୀ କରାଯିବା ଆବଶ୍ୟକ। କାମ୍ବୋଜ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣର ବେଆଇନ ରପ୍ତାନି ହେଉଛି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ, ଯାହା ଗୌଗୋଳିକ ରାଜନୈତିକ ତିକ୍ତତାକୁ ବୃଦ୍ଧି କରୁଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *