Twitter ରେ ବଦଳିବ ନାଁ, W ହଟି ହେବ titter

ୱାଶିଂଟନ: ଟ୍ୱିଟର କିଣିବା ଦିନ ଠାରୁ ଏଲନ ମସ୍କ ଏଥିରେ ମନ ଇଚ୍ଛା ପରିବର୍ତ୍ତନ କରୁଛନ୍ତି। କେତେବେଳ ନୀଳ ଚଢ଼େଇ ଉଡ଼େଇ ଦେଇ କୁକୁର ପୋଷୁଛନ୍ତି ତ ପୁଣି କେତେବେଳେ କୁକୁରକୁ ତଡ଼ି ଦେଇ ନୀଳ ଚଢ଼େଇ ଆଣୁଛନ୍ତି। ନିକଟରେ ଟ୍ୱିଟର ଲୋଗୋରେ ଏଭଳି ପରିବର୍ତ୍ତନ କରିବା ପରେ ଏବେ ଟ୍ୱିଟର ନାଁରେ ବି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ମସ୍କ।
Twitter ରେ ଡବ୍ଲୁକୁ ହଟାଇ ଦେଇ ଖାଲି titter ରଖିବାକୁ ମସ୍କ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କାରଣ ଟ୍ୱିଟରର ସାନ୍ଫ୍ରାନ୍ସିକୋ ମୁଖ୍ୟାଳୟରେ ଡବ୍ଲୁ ଉହ୍ୟ ରଖାଯାଇ ଖାଲି titter ଲେଖାଯାଇଥିବା ପୋଷ୍ଟର ଲଗାଯାଇଛି। ସୋସିଆଲ୍ ମିଡିଆରେ ଏହି ପୋଷ୍ଟର ଫଟୋ ଭାଇରାଲ ହେଉଛି। ମସ୍କ Twitterରୁ W ହଟାଇ ଦେଇ ଏହାର ନାଁ titter ରଖିବେ ବୋଲି କୁହାଯାଉଛି।
ନାଁ ପରିବର୍ତ୍ତନ ହେବା ନେଇ ସୋମବାର ମସ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲଖିଛନ୍ତି ” ସାନ୍ଫ୍ରାନ୍ସିକୋ ମୁଖ୍ୟାଳୟର ମାଲିକ କହିଲେ ଯେ ଆଇନଗତ ଭାବରେ ଆମକୁ Twitter ଲେଖା ରଖିବାକୁ ପଡ଼ିବ। ଏଥିରେ W ହଟିପାରିବ ନାହିଁ। ତେଣୁ ଆମେ W ଉପରେ ଧଳା ରଙ୍ଗ ମାରି ଏହାକୁ ଲୁଚାଇ ଦେଲୁ। ସମସ୍ୟାର ସମାଧାନ ହୋଇଗଲା।” ଟ୍ୱିଟର ଅର୍ଥ ହେଲା ଚୁପ୍କରି ହସି ଲେଖିବା। ମସ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।