ଚାଇନା ଧୂଳିଝଡ଼ ନେଇ ଜାପାନ-ଦକ୍ଷିଣ କୋରିଆରେ ସଙ୍କଟ

ବେଜିଂ/ଟୋକିଓ/ସିଓଲ,୧୨।୪ : ପ୍ରାୟ ଏକ ମାସ ହେବ ଚାଇନାରେ ଏକ ଧୂଳିଝଡ଼ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଝଡ଼ ପଡୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ବ୍ୟାପିଛି। ସେଠାରେ ଆକାଶ କୁହୁଡିରେ ଆଚ୍ଛାଦିତ ହୋଇଛି। ଏହି କାରଣରୁ, ଦକ୍ଷିଣ କୋରିଆ ଏବଂ ଜାପାନର ବାୟୁ ଗୁଣବତ୍ତା ଉପରେ ପ୍ରଭାବ ପଡିଛି।

ଦକ୍ଷିଣ କୋରିଆର ପରିବେଶ ମନ୍ତ୍ରଣାଳୟ ଦ୍ୱାରା ନିୟନ୍ତ୍ରିତ ଏୟାର କୋରିଆ ଅନୁଯାୟୀ, ବିଶ୍ୱର ବୃହତ୍ତମ ମରୁଭୂମି ଗୋବି ମରୁଭୂମିରୁ ସୂକ୍ଷ୍ମ ବାଲୁକା କଣିକା ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଏବଂ ଏହାର ଆଖପାଖ ସହରରେ ବ୍ୟାପିଛି।
ଫଳରେ ବାୟୁ ଗୁଣବତ୍ତା ଏକ ଗୁରୁତର ଏବଂ ଅସ୍ବାସ୍ଥ୍ୟକର ଅବସ୍ଥାରେ ପହଞ୍ଚିଛି। ଜାପାନ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବୁଧବାର ଧୂଳିଝଡ଼ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଜେନ୍ସି କହିଛି ,ଏହା କେନ୍ଦ୍ରୀୟ ଅଞ୍ଚଳରେ ଦୃଶ୍ୟମାନତା ଉପରେ ପ୍ରଭାବ ପକାଇବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

ସୋମବାର ରାତିରେ ଚାଇନାର ୧୮ ଟି ପ୍ରଦେଶ ଏବଂ ସହରରେ ହୋଇଥିବା ଧଳିଝଡ଼ର ପ୍ରଭାବ କ୍ରମାଗତ ଭାବରେ ବ୍ୟାପିବାରେ ଲାଗିଛି। ରାଜଧାନୀ ବେଜିଂରେ କାମରୁ ଘରକୁ ଫେରୁଥିବା ବାଇକ ଯାତ୍ରୀମାନେ ସୋମବାର ରାତିରେ ହଠାତ ଧୂଳି ଝଡ଼ ଯୋଗୁ ଅସୁବିଧାରେ ପଡ଼ିଥିଲେ।

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମଋତୁରେ ଏହା ହେଉଛି ପ୍ରଥମ ଧୂଳୀଝଡ଼। ମଙ୍ଗୋଲିଆ ଏବଂ ସିଚୁଆନ ପ୍ରଦେଶର ଜଙ୍ଗଲରେ ଅଗ୍ନିକାଣ୍ଡ ଯୋଗୁ ଏହାର ତୀବ୍ରତା ବୃଦ୍ଧି ପାଇଛି ବୋଲି କୁହାଯାଉଛି। ବର୍ତ୍ତମାନ ଝଡ଼ର ଦିଗ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଅଟେ। ସେଥିପାଇଁ ଏହା ଭାରତ, ପାକିସ୍ଥାନ ଏବଂ ନେପାଳ ଉପରେ ପ୍ରଭାବ ପକାଇବ ନାହିଁ। ଦୁଇ ଦିନ ମଧ୍ୟରେ ଝଡ଼ର ପ୍ରଭାବ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *