ପୁରୀ ସି.ଡି.ଏମ.ଓ ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ , ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଶ୍ରୀ ଭେକଟର ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୧.୦୪.୨୦୨୩ ତାରିଖରେ ରଥୟାତ୍ରା ପ୍ରଥମ ସମନ୍ୱୟ ବୈଠକ ଚାଲିଥିବା ବେଳେ, ଜନୈକ ବ୍ୟକ୍ତି ରଥଯାତ୍ରା ସମ୍ବର୍ଦ୍ଧିତ ପ୍ରଶ୍ନ ନପଚାରି, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଉତ୍ତର ମାଗିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା: ସୁଜାତା ମିଶ୍ରଙ୍କୁ ଆକ୍ଷେପ କରି ବୈଠକରେ କହିଥିଲେ। ରଥଯାତ୍ରା ବୈଠକରେ ରଥଯାତ୍ରା ସମ୍ବଧିତ ପ୍ରଶ୍ନ ନପଚାରି ଅନ୍ୟସ୍ୱାସ୍ଥ୍ୟ ସମ୍ବଧୀୟ କଥା ପଚାରିବା କେତେ ଯୁକ୍ତିଯୁକ୍ତ ଓଏହି ପ୍ରସଙ୍ଗକୁ ନେଇ କି ସିଡିଏମଓଙ୍କୁ ଆକ୍ଷେପ ଓ ଦୁର୍ବ୍ୟବହାର କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘୋର ନିନ୍ଦାକରୁଛି ଏବଂଜୈନିକ ହେକଟର ମିଶ୍ରଙ୍କ ବିରୋଧରେ ତୁରନ୍ତକାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ୪୮ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ , ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନ୍ୟନ୍ୟାୟିକ ପନ୍ଥା ଗ୍ରହଣ କରାଯିବ ଓ ରଥଯାତ୍ରାରେ ସହଯୋଗ କରାଯିବନାହିଁ ବୋଲି ଦାବିପତ୍ରରେ ଉଲେଖ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା:ଦେବୀ ମହାପାତ୍ର, ଡା:ଲଲାଟେନ୍ଦୁ ମିଶ୍ର , ଡା:ବିରଜା ଶଙ୍କର ରଥ , ଡା:ସୁନୀଲ ତରାଇ , ଡା:ସୌମ୍ୟରଞ୍ଜନ ସରଙ୍ଗୀ , ଡା:ସଞ୍ଜୟ କୁମାର ପ୍ରଧାନ, ଡା:ବିଶ୍ୱଜିତ ମିଶ୍ର , ଡା:ଆଶିଷ ମହାପାତ୍ର, ଡା:ସନ୍ତୋଷ କୁମାର ତ୍ରିପାଠୀ, ଡା:ବିନୟ କୁମାର ପଣ୍ଡା , ଶ୍ରୀ ବିଜୟ କୁମାର ନାୟକ, ଡିପିଏମ ଶ୍ରୀ ଟି.ନାରାୟଣ ରାଓ ଅଶୋକ କୁମାର ସାହୁ,,ସନ୍ତୋଷ କୁମାର ମିଶ୍ର ଓ ବ୍ଲକ ଜିଲ୍ଲାସ୍ତରୀୟ ପ୍ରାୟ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।