ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ ନାଟକ “ବୟସର ଅନ୍ତେ”

ଏପ୍ରିଲ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ ନାଟକ “ବୟସର ଅନ୍ତେ”। ଏଥିପାଇଁ ଭକ୍ତ ସାଲବେଗ ପୀଠ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ନାଟକରେ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା କଳାକାର ସମରେଶ ରାଉତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ବିଶାନ ବଳଭଦ୍ର ଶତପଥି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି।ଗତ ମାର୍ଚ୍ଚ ମାସରେ ଏହି ନାଟକଟି ଭୁବନଶ୍ବର ସ୍ଥିତ ‘ରବୀନ୍ଦ୍ର ମଣ୍ଡପ ” ଠାରେ ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ନିକଟରେ ଆଦୃତ ହୋଇଥିଲା। ଏହାର କାହାଣୀ ବୟସର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏକ ଦମ୍ପତିଙ୍କ ଜୀବନୀକୁ ନେଇ ପ୍ରଦର୍ଶିତ ହୋଇଛି। ଏହାର ପରିବେଷଣ ଜାତୀୟ ସ୍ତରୀୟ ରହିବ। ଯାହାକି ଦର୍ଶକମାନଙ୍କୁ ଭଲ ଲାଗିବା ସହିତ ମଞ୍ଚ ନାଟକ ପ୍ରତି ଆଗ୍ରହ ଫେରାଇ ଆଣିବାରେ ସହାୟତା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାକାର।

ଆସନ୍ତା ୨୧, ୨୨, ୨୩ ତାରିଖରେ ତିନି ଦିନ ପାଇଁ ସନ୍ଧ୍ୟା ୭ ଟାରେ ଟାଉନ ହଲ ଠାରେ ମଞ୍ଚସ୍ଥ ହେବ ନାଟକ “ବୟସର ଅନ୍ତେ”। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁ ଚୌଧୁରୀ, ସମରେଶ ରାଉତରାୟ, ସୌମ୍ୟ ରଞ୍ଜନ ଶତପଥୀ, ଅଭିଷେକ ଶ୍ରୀଚନ୍ଦନ, ପିନାକୀ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଦର୍ଶକ ଙ୍କ ନିମନ୍ତେ ଟିକେଟ ର ମୂଲ୍ୟ ୨ ଶହ ଟଙ୍କା ରଖା ଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *