ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ

ନୟାଗଡ,୧୧/୦୪ :- ନୟାଗଡ ଆଜି ହେଉଛି ବିଶ୍ଵ ଛେନାପୋଡ଼ ଦିବସ । ଛେନାପୋଡ଼ ଦିବସରେ ଚାରିଆଡେ ଛେନାପୋଡ଼ର ମାହୋଲ ସୃଷ୍ଟି ହୋଇଛି । ଆଉ ଏହି ଛେନାପୋଡ଼ ଦିବସ ପାଳନରେ ଆଗରେ ରହିଛି ଛେନାପୋଡ଼ର ଏନ୍ତୁଡ଼ିଶାଳ ନୟାଗଡ଼ ଜିଲ୍ଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ ପାଇଁ ବ୍ୟାପକ ସାଜସଜା କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶକ୍ରମେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଛେନାପୋଡ଼ ଦିବସ ପାଳିତ ହୋଇଛି । ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ ଟାରେ ମଧ୍ୟ ଛେନାପୋଡ଼ ଦିବସ ପାଳିତ ହୋଇଛି । ବିଶ୍ବ ଛେନାପୋଡ଼ ଦିବସ ପାଳିତ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝୋଟିଚିତା ପକାଯିବା ସହ ଫୁଲରେ ସଜ୍ଜିତ କରାଯାଇଥିଲା । କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଛେନାପୋଡ଼ କାଟି ଆନନ୍ଦର ସହ ବିଶ୍ବ ଛେନାପୋଡ଼ ଦିବସ ପାଳନ କରି ଖୁସି ମନାଇ ଥିଲେ।

Leave a Reply

Your email address will not be published. Required fields are marked *