ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ପୁରୀ ୧୪/୪ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକର ସାମାଜିକ ନ୍ୟାୟ ବ୍ୟବସ୍ଥା ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡଃ ଆମ୍ବେଦକର ଙ୍କ ୧୩୨ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ଡଃ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ।ସେ ମେଧାବୀ, ପରିଶ୍ରମୀ, ଉଚ୍ଚାଭିଳାସୀ, ଜାତିୟତାପ୍ରେମୀ ଓ ସଂସ୍କାରବାଦୀ ଥିଲେ। ସାମାଜିକ ଗଣତନ୍ତ୍ର, ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସ୍ଥିରତା ପ୍ରତିଷ୍ଠା କ୍ଷେତ୍ରରେ ବାବାସାହେବ ଙ୍କ ଅବଦାନ ଆମକୁ ପ୍ରେରଣା ଦେଉଥିବ ବୋଲି ସେ କହିଥିଲେ।

ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ବାବାସାହେବ ଡଃ ଆମ୍ବେଦକରଙ୍କ ଜୀବନୀ, ସେତେବେଳର ସାମାଜିକ ସ୍ଥିତି, ତାଙ୍କ ସଂଗ୍ରାମ, ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ତାଙ୍କର ଅବଦାନ, ଶିକ୍ଷା, ସଂସ୍କାର, ସାମାଜିକ ନ୍ୟାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ତାଙ୍କ ଆଦର୍ଶ ଓ କର୍ମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଥିବ ବୋଲି କହିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ପ୍ରମୁଖ ବାବାସାହେବ ଙ୍କ ଜୀବନୀ,ଆଦର୍ଶ, ନିଷ୍ଠା,ସାଧନା ଓ ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜୀଉ ମାନଙ୍କ ପ୍ରତିମୂର୍ତ୍ତି ଓ ଡଃ ଆମ୍ବେଦକର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *