ତାରିଖ ୧୮/୦୪/୨୩, ମଙ୍ଗଳବାର

୧-ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ।ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

୨-ତାତିରୁ ମିଳିବନି ଆଶ୍ବସ୍ତି,ଆଉ ତିନି ଦିନ ଗ୍ରୀଷ୍ମ ପ୍ରବାହ,୪୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ।

୩-ଭୁବନେଶ୍ୱର: ଅନଲାଇନ୍ ଆପରେ ୧୦୦୦କୋଟି ଠକେଇ, ଚୀନ୍ କୁ ଲମ୍ବିଛି ଚେର,ଶାଖା କମ୍ପାନୀ ମୁଖ୍ୟ କେରଳରୁ ଗିରଫ।

୪-ମହାନଦୀ ଜଳ ବିବାଦ: ଆଜିଠୁ ଟ୍ରିବୁନାଲର ଛତିଶଗଡ଼ ଗସ୍ତ।

୫-ଭୁବନେଶ୍ୱର:ଫିକି ମହିଳା ସଂଗଠନ ସହିତ ମୋ କଲେଜ୍ ଅଭିଯାନର ଚୁକ୍ତି ସ୍ବାକ୍ଷରିତ।

୬-ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଅତ୍ୟାବଶ୍ୟକ ସେବା ଆଇନ।

୭-ଲକ୍ଷ୍ମୀସାଗର ପରେ କ୍ୟାପିଟାଲ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ:ATM କାର୍ଡ ବଦଳାଇ ସାଢେ଼ ୩ ଲକ୍ଷ ଚଳୁ।

୮-ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି Wing କମାଣ୍ଡ ସେଣ୍ଟର ଉଦଘାଟିତ।

୯-ଝାରସୁଗୁଡ଼ା ଉପନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ।

୧୦-ଖୋଲିଲା ଦୋକାନ ବଜାର, ଏପ୍ରିଲ ୧୮ ତାରିଖ ପର୍ଯନ୍ତ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ।

୧୧-ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ।

୧୨-୬ଟି ଜାତୀୟ ପୁରସ୍କାର ପାଇଲା ଗଞ୍ଜାମ, ହିଂଜିଳିକାଟୁ ଦେଶର ଏକ ନମ୍ବର ବ୍ଲକ।

୧୩-ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ଆକ୍ରାନ୍ତ।

୧୪-ସମ୍ବଲପୁରକୁ ଫେରିଲାଣି ଶାନ୍ତି, ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ।

୧୫-ସୁନ୍ଦରଗଡ ସରକାରୀ ମେଡିକାଲରେ ଜାଲ୍ ନିଯୁକ୍ତି ପତ୍ର ଦେବା ମାମଲା : ମେଡିକାଲ କର୍ମଚାରୀ, ଶିକ୍ଷକଙ୍କ ସମେତ ୫ ଗିରଫ

୧୬-ଭୁବନେଶ୍ବର: ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ ନିଯୁକ୍ତ ।

୧୭-ଜାତିଭିତିକ ଜନଗଣନା ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

୧୮-ଫେମିନା ମିସ୍ ଇଣ୍ଡିଆ ୨୦୨୩ ହେଲେ ନନ୍ଦିନୀ ଗୁପ୍ତା। ଚାଷୀ ପରିବାରର ଝିଅ ହେଲେ ମିସ୍ ଇଣ୍ଡିଆ।

୧୯-ନୂଆ ଦିଲ୍ଲୀ:ଆତିକ, ଅସ୍ରଫ୍‌ ହତ୍ୟା ଘଟଣା ; ଆଦିତ୍ୟନାଥଙ୍କ ଇସ୍ତଫା ଦାବି କଲେ ବିରୋଧୀ।

୨୦-ଖରା ପାଇଁ ସପ୍ତାହେ ସ୍କୁଲ ଛୁଟି, ପଶ୍ଚିମବଙ୍ଗର ସରକାର କଲେ ଘୋଷଣା।

Leave a Reply

Your email address will not be published. Required fields are marked *