ଆଜି ଖୋଲିବ ଆପଲ ରିଟେଲ ଷ୍ଟୋର

ମୁମ୍ବାଇ,୧୮।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ୍‌ ନିର୍ମାତା ‘ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବିକେସିସ୍ଥିତ ଜିଓ ଓ୍ବାର୍ଲଡ ସେଣ୍ଟରଠାରେ ଖୋଲିବାକୁ ଯାଉଛି। ବିଶେଷ କରି ଉକ୍ତ ଷ୍ଟୋର ଜରିଆରେ ବ୍ରାଣ୍ଡ୍‌ର ସମସ୍ତ ଫୋନ୍‌ ଭାରତୀୟ ଗ୍ରାହକ ସହଜରେ ପାଇପାରିବେ। ସେହିଭଳି ଆଗାମୀ ଦିନରେ ମଧ୍ୟ ଦେଶର ବିଭିନ୍ନ ପ୍ରମୁଖ ସହରରେ କମ୍ପାନୀର ଷ୍ଟୋର ଖୋଲିବା ସହିତ ବ୍ୟବସାୟିକ ସମ୍ପ୍ରସାରଣ ଓ କାରବାର ବୃଦ୍ଧି ସମ୍ପର୍କରେ ବ୍ୟାପକ ଯୋଜନା କରାଯାଉଛି ବୋଲି କମ୍ପାନୀ ପକ୍ଷରୁ ମତପ୍ରକାଶ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆପଲର ସିଇଓ ଟିମ୍‌ କୁକ୍‌ ଭାରତରେ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଆସନ୍ତା ୨୦ ଏପ୍ରିଲରେ ନୂଆଦିଲ୍ଲୀର ସାକେତସ୍ଥିତ ସିଟି ଓ୍ବାକ ମଲ୍‌ରେ ମଧ୍ୟ କମ୍ପାନୀର ଆଉ ଏକ ରିଟେଲ ଷ୍ଟୋର ଖୋଲିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *