ଫିଜିରେ ୬.୩ ତୀବ୍ରତାର ଭୂକମ୍ପ

ସୁଭା,୧୮।୪: ଫିଜିରେ ଭୂକମ୍ପ ଝଟକା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୩ ରେକର୍ଡ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଫିଜି ଦକ୍ଷିଣ ପ୍ରଶାନ୍ତର ଏକ ଦେଶ। ଭୂକମ୍ପର କେନ୍ଦ୍ର ପୃଥିବୀ ତଳେ ୫୬୯ କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବା ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *