ଜଟଣୀ ପଞ୍ଚାୟତ କାର୍ଯ୍ୟାଳୟର ଅଡିଟୋରିଅମରେ ଚାଲିଥିଲା ପବ୍ଲିକ ଗ୍ରୀଭାନ୍ସ ସେଲ୍

ଜଟଣୀ: ଖୋର୍ଦ୍ଧା ଜିଲ୍ଲା କଲେକ୍ଟର ଙ୍କର ଅନୁମୋଦନରେ କରାଯାଇଥିଲା ଏକ ପବ୍ଲିକ ଗ୍ରୀଭାନ୍ସ ସେଲ୍। ଏହା ଜଟଣୀ ବ୍ଲକ ଅଡିଟୋରିଅମ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏହି ପବ୍ଲିକ୍ ଗ୍ରୀଭାନ୍ସ ଜଟଣୀ ବ୍ଲକ ଅଧିନରେ ଥିବା ପ୍ରତ୍ୟେକ ପଞ୍ଚାୟତ ରୁ ନିଜ ନିଜର ଗ୍ରୀଭାନ୍ସ, ଗ୍ରାମୀଣ ଗୋଷ୍ଠୀ ଗ୍ରୀଭାନ୍ସ ଏବଂ ରେଡକ୍ରସ ତରଫରୁ ଗ୍ରୀଭାନ୍ସ ନେଇ ଯୋଗ ଦେଇଥିଲେ। ଶୁଣାଣି ପାଇଁ ଜିଲ୍ଲାର ମୂଖ୍ୟ, କଲେକ୍ଟର ଙ୍କର ତତ୍ରେତ୍ୱାବଧାନରେ ଅଦାଲତରେ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ଜଟଣୀ ତହସିଲଦାର, ଆଡିସିନାଲ୍ ତହସିଲଦାର, ଜଟଣୀ ବ୍ଲକ ଡେଭଲପମେଣ୍ଟ ଅଫିସର, ମ୍ଯୁନିସିପାଲିଟି ଅଫିସର ଏବଂ ଜିଲ୍ଲାସ୍ତରୀୟ ସହୋଯୋଗ କାରୀ ଅଫିସରମାନେ ଯୋଗ ଦେଇଥିଲେ। ୮୨ ଟି ଆବେଦନକାରୀ ମାନଙ୍କ ଦରଖାସ୍ତ ଯଥାକ୍ରମେ ସଂଯୋଗ କରାଯାଇଥିଲା । ସେଥି ମଧ୍ୟରୁ ୭୨ ଟି ପୁରୁଷ ଏବଂ ମହିଳା ମାନଙ୍କର ନିଜସ୍ୱ ଦରଖାସ୍ତ, ୮ ଟି ଗ୍ରାମ ଗୋଷ୍ଠୀ ମାନଙ୍କର ଦରଖାସ୍ତ ଏବଂ ୨ ଟିରେଡକ୍ରସ ଆସିଷ୍ଟାନସ ମାନଙ୍କର ସଂଯୋଗ କରାଯାଇଥିଲା। ଆବେଦନ କାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଜଟଣୀ ତହସିଲର ଆଡିସିନାଲ୍ ତହସିଲଦାର ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ଏବଂ ଜଟଣୀ ବ୍ଲକ ଡେଭଲପମେଣ୍ଟ ଅଫିସର ଶ୍ରୀ ସରୋଜ କୁମାର ରାଉତ। ଆବେଦନ କାରୀ ମାନଙ୍କୁ ନେଇ ଯଥାରୀତି କଲେକ୍ଟର ଅଦାଲତ ରେ ନିବେଦନ କରାଇଥିଲେ। ୭୨ ଜଣ ପୁରୁଷ, ମହିଳା ମାନଙ୍କ ଆବେଦନ କାରୀ ମାନଙ୍କୁ ତାରିଖ ସ୍ଥିରୀକୃତ କରି ଭିନ୍ନ ଭିନ୍ନ ଅଫିସର ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସର୍ବଶେଷରେ ଆସିଥିବା ରେଡକ୍ରସ ଆସିଷ୍ଟାନସ ମାନଙ୍କୁ ଅର୍ଥ ରାସି ନଗଦ ୫୦୦୦ କରି ଦୁଇ ଜଣଙ୍କୁ ୧୦,୦୦୦ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *