ବେକରେ ଗାମୁଛା ଲଗାଇ…..

କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଜାଗେଶ୍ଵରୀ ମନ୍ଦୀର ନିକଟରେ ଅସ୍ତରଙ୍ଗ ସରିପୁର ପଞ୍ଚାୟତ କୁଣ୍ଢେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ବେକରେ ଗାମୁଛା ଲଗାଇ ଏକ ନିମ୍ୱ ଗଛରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଉକ୍ତ ଗ୍ରାମର ୪୫ବର୍ଷ ବୟସ ହରିହର ପ୍ରଧାନ ବୋଲି ଜଣାପଡିଛି। ଘରୋଇ କଲହକୁ ନେଇ ଆତ୍ମହତ୍ୟା କରିଥିବା ପ୍ରଥମିକ ତଦନ୍ତରୁ ପୋଲିସ୍ ଅନୁମାନ କରୁଛି। ଘଟଣା ସ୍ଥଳରେ କୋଣାର୍କ ପୋଲିସ୍ ଓ ସାଇଣ୍ଟି ଫିକ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛଦ ନିମନ୍ତେ ମେଡ଼ିକାଲକୁ ସ୍ଥାନାନ୍ତର କରିଛି।