ନେପାଳ ରାଷ୍ଟ୍ରପତିଙ୍କ ଫୁସଫୁସ ସଂକ୍ରମଣ, ଚିକିତ୍ସା ପାଇଁ ଆସୁଛନ୍ତି ଏମ୍ସ୍‌

କାଠମାଣ୍ଡୁ,୧୯।୪ : ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଶ୍ୱାସକ୍ରିୟାରେ ସମସ୍ୟା ଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ନେପାଳର ମହାରାଜଗଞ୍ଜର ତ୍ରିଭୁୁବନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବା ପରେ ତାଙ୍କୁ ଦିଲ୍ଲୀର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଫୁସଫୁସରେ ସଂକ୍ରମଣ ଥିବା ଡାକ୍ତରମାନେ କହିଛନ୍ତି॥

ତାଙ୍କର ଶରୀରରେ ଅମ୍ଳଜାନସ୍ତର ତଳକୁ ଆସିବା ପରେ ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ ବୋଲି ମିଡିଆ ରିପୋର୍ଟରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି। ସେ ୧୫ ଦିନ ଧରି ଆଣ୍ଟିବାୟୋଟିକ ଗ୍ରହଣ କରୁଛନ୍ତି, କିନ୍ତୁ ତାଙ୍କ ଅବସ୍ଥାରେ ସୁଧାର ଆସିନାହିଁ। ଏହାପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ପ୍ରଚଣ୍ଡ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ରାଷ୍ଟ୍ରପତି ପୌଡେଲଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏକ ମାସ ମଧ୍ୟରେ ରାଷ୍ଟ୍ରପତି ପୌଡେଲ ଦ୍ୱିତୀୟ ଥର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ଆରମ୍ଭରେ ପେଟରେ ଯନ୍ତ୍ରଣା ହେଉଥିବା କାରଣରୁ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *