ୟୁକ୍ରେନ୍‌ରେ ନାଟୋ ମୁଖ୍ୟ

କିଭ୍‌,୨୧ା୪: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ଗୁରୁବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତ କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ୨୦୨୨ ଫେବୃୟାରୀ ୨୪ରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହା ହେଉଛି ନାଟୋ ମୁଖ୍ୟଙ୍କ ପ୍ରଥମ କିଭ୍‌ ଗସ୍ତ। ଏହି ଅବସରରେ ସେ ୟୁକ୍ରେନ୍‌ ପ୍ରତି ସାମରିକ ମେଣ୍ଟର ସମର୍ଥନକୁ ଦୋହରାଇଛନ୍ତି। ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନୀୟ ସୈନ୍ୟଙ୍କ ସମାଧିସ୍ଥଳରେ ଷ୍ଟୋଲ୍‌ଟେନ୍‌ବର୍ଗ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ କିଭ୍‌ର ମାଇକେଲ୍‌ ସ୍କୋୟାରରେ ରଖାଯାଇଥିବା ରୁଷୀୟ ସେନା ଯାନଗୁଡ଼ିକୁ ଦେଖିଛନ୍ତି। ତେବେ ସେ ନିଜ ଗସ୍ତ ସମ୍ପର୍କିତ ଲକ୍ଷ୍ୟ ନେଇ ତତ୍କାଳ କୌଣସି ଘୋଷଣା କରିନାହାନ୍ତି। ନାଟୋକୁ ନିଜର ପରମ ଶତ୍ରୁ ବିବେଚନା କରୁଥିବା ମସ୍କୋ ପକ୍ଷରୁ ମଧ୍ୟ ଗସ୍ତ ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ। ପ୍ରକାଶ ଯେ, ୧୯୯୧ରେ ୟୁକ୍ରେନ୍‌ ରୁଷିଆ ନେତୃତ୍ୱାଧୀନ ସୋଭିଏଟ୍‌ ସଂଘରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ପାଲଟିଥିଲା।

Leave a Reply

Your email address will not be published. Required fields are marked *