ଗୁଆନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୪: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁଆନା ଗସ୍ତରେ ଅଛନ୍ତି। ଶନିବାର ସେ ଗୁଆନାର ପ୍ରଧାନମନ୍ତ୍ରୀ ମାର୍ଗ ଫିଲିପଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ଦେଶର ନେତାଙ୍କ ସାକ୍ଷାତକାର ସମୟରେ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା ସହଯୋଗ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦକ୍ଷିଣ ଆମେରିକା ବିକାଶ ଯାତ୍ରାରେ ଭାରତ ଏକ ଅଶିଂଦାର ହେବ। ସୂଚନାଯୋଗ୍ୟ, ଜୟଶଙ୍କରଙ୍କର ଏହା ହେଉଛି ପ୍ରଥମ ଗୁଆନା ଗସ୍ତ। ଏହି ଗସ୍ତକୁ ନେଇ ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ ଗୁଆନାରେ ସେ ପ୍ରଧାନମନ୍ତ୍ରୀ ଫିଲିପ ଓ ଅନ୍ୟ ନେତାଙ୍କୁ ଭେଟି ଖୁବ ଖୁସି ହୋଇଛନ୍ତି।

Leave a Reply

Your email address will not be published. Required fields are marked *