ପାକିସ୍ତାନୀ ସେନା ମୁଖ୍ୟ ଚାଇନାରେ

ଇସଲାମାବାଦ/ବେଜିଂ,୨୫।୪ : ଚାରି ଦିନିଆ ସରକାରୀ ଗସ୍ତରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଚାଇନାରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଲକ୍ଷ୍ୟ କରାଯାଇଛି। ଗତ ବର୍ଷ ନଭେମ୍ବରରେ ପାକିସ୍ତାନୀ ସେନାର କମାଣ୍ଡର ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଜେନେରାଲ ମୁନିରଙ୍କ ଚତୁର୍ଥ ବିଦେଶ ଗସ୍ତ।

ଏହାପୂର୍ବରୁ ମୁନିର ସୌଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ବ୍ରିଟେନ ଗସ୍ତରେ ଯାଇଥିଲେ। ଜେନେରାଲ ମୁନିର ବ୍ରିଟେନ ଗସ୍ତ ପରେ ପୁଣିଥରେ ୟୁଏଇ ଗସ୍ତ କରିଥିଲେ।

ପାକିସ୍ତାନ ସେନାର ମିଡିଆ ଶାଖା ସୂଚନା ଦେଇଛି, ଦ୍ୱିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି ପାଇଁ ମୁନିର ଚାରି ଦିନିଆ ସରକାରୀ ଗସ୍ତରେ ଅଛନ୍ତି।

Leave a Reply

Your email address will not be published. Required fields are marked *