ରୋଗୀ ଆଣିବାକୁ ଯାଇ ଓଲଟିଲା 108 ଆମ୍ବୁଲାନ୍ସ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲାର ଗଁ ଦିଆ ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ର ଲଟା ବାଇଁଶିଆ ଗ୍ରାମକୁ ପ୍ରାୟ ଭୋର 4.30 ସମୟରେ ରୋଗୀ ଆଣିବାକୁ ଯାଇଥିଲା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ 108 ଆମ୍ବୁଲାନ୍ସ ଓଲଟି ପଡିଥିଲା, ଆମ୍ବୁଲାନ୍ସ ରେ ଥିବା ତିନିଜଣ କର୍ମଚାରୀ ଆହତ, ସୂଚନା ଅନୁଯାଇ ଶ୍ରୀରାମଚନ୍ଦ୍ରପୁରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ଟି ଭୋର ସକାଳ ସମୟରେ ଜଣେ ରୋଗୀକୁ ଆଣିବାକୁ ଯାଉଥିବାବେଳେ ଭାରସ୍ୟାମ ହରାଇ ଏକ ପୋଲ ତଳକୁ ଓଲଟି ପଡିଥିଲା, ତେବେ ଆମ୍ବୁଲାନ୍ସ ରେ ଥିବା ତିନିଜଣ କର୍ମଚାରୀ ଆହତ ହୋଇଥିବ ର ଜଣାପଡିଛି, ଆହତ କର୍ମଚାରୀ ମାନେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବାର ଜଣାପଡିଛି।