ଗୋପ ବ୍ଲକ ଲିଗ୍ 2023, ରୟାଲ ସ୍ମାସରକୁ ହରାଇଲା ରାଇଜିଂ ଷ୍ଟାର

ଗୋପ,୨୫.୦୪- ଆଇପିଏଲ ଢାଞ୍ଚାରେ ଖେଳାଳି ନିଲାମ ହୋଈ ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ନାଗ ସାହିରେ ଆୟୋଜିତ ହେଉଥିବା ଗୋପ ବ୍ଳକ୍ ପ୍ରୀମିୟର ଲିଗ୍ ମଙ୍ଗଳବାର ୧୦ତମ ମ୍ୟାଚରେ ରୟାଲ ସ୍ମାସରକୁ ୨ ୱିକେଟରେ ହରାଇଲା ରାଇଜିଂ ଷ୍ଟାର। ୧୫ ଓଭର ବିଶିଷ୍ଟ ହେଉଥିବା ଖେଳରେ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରି ରୟାଲ ସ୍ମାସର ମାତ୍ର ୧୦୭ ରନ ସଂଗ୍ରହ କରିଥିଲା। ଦିତୀୟ ଇନିସରେ ରାଇଜିଂ ଷ୍ଟାର ୮ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଛି। ମ୍ୟାଚ ଶ୍ରେଷ୍ଠ ଖେଳାଳି ଭାବେ ରାଇଜିଂ ଷ୍ଟାର ଟିମ୍ ପକ୍ଷରୁ କ୍ରିଷ୍ଣାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଅତିଥି ଭାବେ ଗୋପ ସୁରକ୍ଷା ମଞ୍ଚ ସଭାପତି ତଥା ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଚ୍ଛାୟତ, ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ସାମ୍ବାଦିକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଖେଳକୁ ଆମ୍ପାୟର ପ୍ରମୋଦ ସିହ୍ନା, ରାଧାନାଥ ପରିଚାଳନା କରିଥିବା ବେଳେ ହିନ୍ଦୀରେ ଧାରା ବିବରଣୀ ପ୍ରଦାନ କରିଥିଲେ ଗୁନା ଭାଈ ଓ ସ୍କୋର ପରିଚାଳନା କରିଥିଲେ ଗୁଡୁ । ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀତମ ସ୍ବାଇଁ, ଦିପ୍ତିରଞ୍ଜନ, ଆଲୋକ, ମନୋଜ, ସୁଧୀର, ରାହୁଲ, ଦେବରାଜ, ବାଇନ ଓ ବଣ୍ଟି ପ୍ରମୁଖ ପରିଚାଳନା କରୁଛନ୍ତି। ଆଜିର ଖେଳ ସୁଦ୍ଧା ସଂଗ୍ରାମ ଟାଇଟନ ୪ ଟି ଓ ରାଇଜିଂ ଷ୍ଟାର ୩ ଟି ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଆଗୁଆ ଅଛନ୍ତି।

Leave a Reply

Your email address will not be published. Required fields are marked *