ଘଣ୍ଟ ଓ ଥାଳି ବଜାଇ ମହଙ୍ଗାମାଡର ପ୍ରତିବାଦ କଲା କଂଗ୍ରେସ

ଭଦ୍ରକ, ୭ା୭ – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ତୈଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ବ୍ଲକ ସମ୍ମୁଖରେ ଆଜି ଘଣ୍ଟ ଓ ଥାଳି ବଜାଇ ପ୍ରତିବାଦ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରବୃଦ୍ଧି ପାଇଁ ଦାୟୀ କରି କଂଗ୍ରେସ ନେତା ଓ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ୍ରଙ୍କ ନେତୃତ୍ୱରେ ଯାଇ ଧାରଣାରେ ବସିଥିଲେ । ଦିନ ଦଶଟାରୁ ଗୋଟାଏ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଧାରଣାରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ପିତାମ୍ବର ନାୟକ, ବ୍ଲକ ଉପସଭାପତି ରମେଶ ଭାରତୀ, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ବିଜୟ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ସୁବାସ କାଣ୍ଡି, ଟୁଟୁ ବେହେରା, ଚନ୍ଦ୍ରଶେଖର ଜେନା, ଧରିତ୍ରୀ ଜେନା, ଶ୍ୟାମସୁନ୍ଦର ମହାପାତ୍ର, ଯତୀନ୍ଦ୍ର ସାହୁ ପ୍ରମୁଖ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *