ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ

ରଥଯତ୍ରା ପାଇଁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥଖଳାରେ ସଂପ୍ରତି ତିନି ରଥର ଚକକୁ ନିୟନ୍ତ୍ରଣ କରୁଥିବା ତୁମ୍ବଗୁଡିକର ପ୍ରାଥମିକ ପର୍ଯ୍ୟାୟରେ କଟା ଯାଇ ଗୋଲେଇ କାର୍ଯ୍ୟ କରାଯାଉଛି। ଆଜି ତିନି ରଥ ର ପାଞ୍ଚଟି ଲେଖାଏଁ ତୁମ୍ବ ଶେଷ ହୋଇଛି। ସେଥିରୁ ନାହାକା ତୁମ୍ବ ଦୁଇଟି ଲେଖାଏଁ ଓ ପଡି ନାହାକ ତୁମ୍ବ ତିନଟି ଲେଖାଏଁ କାର୍ଯ୍ୟ କରାଯାଇଛି। ମୋଟ ପନ୍ଦର ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଛି। ଆଜି ରଥଖଳା ଯାଇ ରଥ କାର୍ଯ୍ୟ ର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ଏସ୍ପି। ସେପଟେ ସୁରକ୍ଷା ଦୃଷ୍ଟିରୁ ରଥଖଳା କୁ ସିସିଟିଭି ର ନଜର ରେ ରହିଛି। ଏବଂରଥ ଖଳା ପରିସର କୁ ଯେଭଳି ବାହାର ବ୍ୟକ୍ତି ନ ପସିବେ ସେଥିପାଇଁ ସୁରକ୍ଷା ଯୋଗେଇଦେଇଥିବା କହିଛନ୍ତି ଏସ୍ପି । ଅନ୍ୟପଟେ ରଥ ନିର୍ମାଣ ରେ ଲାଗିଥିବା ବିଶ୍ଵକର୍ମା ସେବାୟତ, ଭୋଇ ସେବାୟତ ଓ ଅନ୍ୟାନ୍ୟ ସେବାୟତ ଙ୍କ ପାଇଁ ଆବଶ୍ୟକ ଉପକରଣ ସହ ଆନୁଷଙ୍ଗିକ ଜିନିଷ ଯୋଗେଇ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *