ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ସ୍ଥାନୀୟ କୋର୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓକିଲ ସଂଘ ସଭାପତି ହରପ୍ରସାଦ ଦାଶଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ କୋର୍ଟର ପ୍ରଥମ ଶ୍ରେଣୀ ଅଦାଲତର ବିଚାରପତି ପରିନିତା ନାୟକ ଏବଂ ମୂଖ୍ୟବକ୍ତା ଭାବେ ପ୍ରଭଞ୍ଜନ ମୁନୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସରୋଜ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ତାପରେ ମଞ୍ଚାସୀନ ଅତିଥିବୃନ୍ଦ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ପରିଶେଷରେ ଅମର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ କାହ୍ନୁ ବୈକୁଣ୍ଠେଶ୍ବର ବିହାରୀ,ପ୍ରଭାତ କୁମାର ଜେନା,ଶ୍ରୀକାନ୍ତ ଶତପଥୀ,ବିଭୁଦତ୍ତ ନାୟକ,ନଟବର ଜେନା,ଲକ୍ଷ୍ମୀ ନାରାୟଣ ମିଶ୍ର,ପ୍ରକାଶ ଚନ୍ଦ୍ର ଆରୁଖ,ମାନସ ରଞ୍ଜନ ଦାଶ,କାହ୍ନୁ ଚରଣ ସାହୁ ପ୍ରମୁଖ ସୁପରିଚାଳନା କରିଥିଲେ ।

ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *