ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
![](https://teerthkhetra.com/wp-content/uploads/2023/04/IMG-20230428-WA0030-1024x461.jpg)
କୋଣାର୍କ ୨୮/୦୪- ଭାରତରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମୀଳନୀର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ୨୦ଟି ଦେଶର ୮୫ ଜଣ ପ୍ରତିନିଧି ରହିଥିଲେ ।
ଜି୨୦ର ପ୍ରତିନିଧି ମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଆଇଓସିଏଲ ପରିସରେ ଶଙ୍ଖ ବାଦନ, ଓଡିଶା ନୃତ୍ୟ, ଗୋଟିପୁଅ ନୃତ୍ୟ, ନାଗା ନୃତ୍ୟର ତାଳେ ତାଳେ ପାରମ୍ପରିକ ଶୈଳୀରେ ଫୁଲ ଚନ୍ଦନ ଲଗାଇ ଉତରୀୟ ଓ ଶଙ୍ଖ ମାଳି ପ୍ରଦାନ କରାଯାଇ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ସହ ଆଇଓସିଏଲ ପରିସରରେ ଆୟୋଜିତ ଶିକ୍ଷା ସମ୍ବଧିତ ଏକ ସମିଳନି ଆୟୋଜନ ହୋଇଥିଲା । ପରେପରେ ଜି୨୦ର ପ୍ରତିନିଧି ମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଲାଇଟ ଆଣ୍ଡ ସାଉଣ୍ଡ ଶୋକୁ ମନଭରି ଉପଭୋଗ କରିଥିଲେ । ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଜି୨୦ର ପ୍ରତିନିଧି ମେନେ ବିମୋହିତ ହୋଇଥିଲେ । ଜି୨୦ର ପ୍ରତିନିଧି ମାନଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।