ମୋଦି ସରନେମ୍‌ ମାମଲାର ଆଜି ଶୁଣାଣି କରିବେ ଗୁଜୁରାଟ ହାଇକୋର୍ଟ

ଗୁଜୁରାଟ,୨୯।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦିଙ୍କ ସରନେମ୍‌ ଉପରେ ଦେଇଥିବା ଟିପ୍ପଣୀ ମାମଲାର ଆବେଦନକୁ ସୁରଟ କୋର୍ଟ ଖାରଜ କରିଦେଇଥିଲେ। ତେବେ ଏହାକୁ ସେ ଚ୍ୟାଲେଞ୍ଜ କରି ଗୁଜୁରାଟ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ। କୋର୍ଟ ଶନିବାର ଏହି ମାମଲାରେ ଶୁଣାଣି କରିବେ।

ହାଇକୋର୍ଟର ଜଣେ ବିଚାରପତି ବୁଧବାର ଶୁଣାଣି ପୂର୍ବରୁ ଏହି ମାମଲାରେ ବିଚାର କରିବାକୁ ମନା କରଦେଇଥିଲେ। ରାହୁଲଙ୍କ ଓକିଲ ପିଏସ ଚମ୍ପାନେରୀ ଜଷ୍ଟିସ ଗୀତା ଗୋପୀଙ୍କ ଅଦାଲତରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଦାବି ରଖିଥିଲେ। ଆବେଦନର ସଂକ୍ଷିପ୍ତ ଶୁଣାଣି ପରେ ଜଷ୍ଟିସ ଗୀତା କହିଥିଲେ ଯେ, ମୋ ଆଗରେ ନୁହେଁ ।

Leave a Reply

Your email address will not be published. Required fields are marked *