ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ

ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି।  ନନ୍ଦକୁମାରଙ୍କୁ ଏମବିଇ ଆଓ୍ବାର୍ଡ ବ୍ରିଟେନରେ ଭାରତୀୟ ଶାସ୍ତ୍ରୀୟ କଳାରେ ଦେଇଥିବା ଯୋଗଦାନ ପାଇଁ ଦିଆଯାଇଛି। ସେ ବ୍ରିଟେନର ଏକ ପ୍ରସିଦ୍ଧ ସଂସ୍କୃତ ସ୍କଲାର ଓ ଲଣ୍ଡନରେ ଭାରତୀୟ ବିଦ୍ୟା ଭବନ କେନ୍ଦ୍ରର ଏକଜ୍ୟୁକିଟିଭ ଡାଇରେକ୍ଟର।
ନନ୍ଦକୁମାର ମୁଳତଃ କର୍ନାଟକର ମନ୍ତୁର ଗାଁର ବାସିନ୍ଦା। ସେ ଗତ ୪୬ ବର୍ଷ ହେବ ଲଣ୍ଡନରେ ଭାରତୀୟ ବିଦ୍ୟା ଭବନ କେନ୍ଦ୍ର ସହ ଜଡିତ। ସେ ଅନେକଥର ତତ୍କାଳିନ ପ୍ରିନ୍ସ ଅଫ ଓ୍ବେଲସଙ୍କୁ ଭାରତୀୟ ସଂସ୍କୃତି କେନ୍ଦ୍ରରେ ସ୍ବାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *