ଗିରି ଅପ୍ଟିକାଲ୍ସରେ ସ୍ବୟଂଚାଳିତ ଚକ୍ଷୁ ପରୀକ୍ଷା ମେଶିନ

କଟକ,୨୯।୪: ରାଜ୍ୟର ଜଣାଶୁଣା ଘରୋଇ ସଂସ୍ଥା ତଥା କଟକ ବ୍ରଜକବାଟୀ ରୋଡ୍‌ସ୍ଥିତ ଗିରି ଅପ୍ଟିିକାଲ୍ସଠାରେ ଓଡ଼ିଶାର ପ୍ରଥମ ସ୍ବୟଂଚାଳିତ ଚକ୍ଷୁ ପରୀକ୍ଷା ମେଶିନର ଶୁଭାରମ୍ଭ କରାଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ସଂସ୍ଥାର ୨ଟି ଅତ୍ୟାଧୁନିକ ମେଶିନ ଭିସୁଫର୍‌ ୫୦୦ ଏବଂ ଆଇ-ଟର୍ମିନାଲ ମୋବାଇଲ ନାମକ ମେଶିନ ଲଗାଯାଇଛି। ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଉକ୍ତ ମେଶିନ ଦ୍ବୟରେ ଚକ୍ଷୁ ରୋଗୀମାନେ ଠିକ୍‌ ଓ ଉପଯୁକ୍ତ ଚକ୍ଷୁ ଚିକିତ୍ସା ସେବା ପାଇପାରିବେ ବୋଲି ଗିରି ଅପ୍ଟିକାଲ୍ସ ପକ୍ଷରୁ କୁହାଯାଇଛି। ଜେଇସ୍‌ କମ୍ପାନୀର ଜାତୀୟ ସେଲ୍ସ ମ୍ୟାନେଜର ବିକାଶ ସ୍ବାମୀ, ରିଜିଓନାଲ ବିଜ୍‌ନେସ୍‌ ମ୍ୟାନେଜର ଶୋଭିତ ଜାହାନବାଦି, କ୍ଲଷ୍ଟର ମ୍ୟାନେଜର ଅଭିନବ କୁମାର, ସ୍ଥାନୀୟ ପ୍ରତିନିଧି ବିକାଶ କୁମାର ସିଂହ, ଭିଟିଏ ଏକ୍‌ଜିକ୍ୟୁଟିଭ୍‌ ୱାଲିଆପ୍ପାନ୍‌, ଗିରି ଅପ୍ଟିକାଲ୍ସର ମ୍ୟାନେଜିଂ ପାର୍ଟନର ଅନୀଲ ଗିରି, ଦେବଜାନୀ ଗିରି, ଅସ୍ମିତା ଗିରି, ସିଦ୍ଧାନ୍ତ ଗିରି,ମୌମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *