ଭାଙ୍ଗିଲା ଅରୁଣ ସ୍ତମ୍ଭ
ବୁଗୁଡ଼ା:ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ସାମନା ଅରୁଣ ସ୍ତମ୍ଭ ଭାଙ୍ଗିଲା ।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଭଞ୍ଜବଂଶ ପ୍ରତିଷ୍ଠିତ କାଷ୍ଠ କୋଣାର୍କ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମହାପ୍ରଭୁଙ୍କ ମନ୍ଦିର ସାମନାରେ ଥିବା ଅରୁଣ ସ୍ତମ୍ଭଟିକୁ ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ଜୋରରେ ଧକ୍କା ଲାଗିବା ଫଳରେ ଆବାଜ୍ ହୋଇଥିଲା । ସେହି ସମୟରେ ସ୍ଥାନୀୟ କେତେକ ବ୍ୟକ୍ତି ନିଦ୍ରାରୁ ଉଠି ପଡ଼ି ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ମନ୍ଦିର ଉତ୍ତରାଧିକାରୀ ମହନ୍ତ ମହାରାଜଙ୍କୁ ଜିମା ଦେଇଥିଲେ । ଏହି ଘଟଣା ଘଟିବା ପରେ ଖବର ଚାଞ୍ଚଲ୍ଯ ହୋଇଯାଇଥିଲା ଯା’ଫଳରେ ଏ ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀ ଠାରୁ କଳିକାଳର ଶେଷ ସମୟ ଆସି ଗ୍ରାମକୁ କିଛି ବିପତ୍ତି ଆସିପାରେ ବୋଲି ମତ ପ୍ରକାଶ ପାଇଥିଲା ।
ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ ।