ବିଧାୟକ ବଦ୍ରୀ ନାରାୟଣ ଙ୍କ ମହାନତା

ଘଟଗାଁ/ବିଧାୟକ ବଦ୍ରୀ ନାରାୟଣ ଙ୍କ ମହାନତା
କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ବାତ୍ୟା ହେଉ ବା ବନ୍ୟା ସବୁଥିରେ ନିଜ ନିର୍ବାଚନ ମଣ୍ଡଳୀ ଲୋକ ଙ୍କ ପାଖରେ ସଦା ସର୍ବଦା ପହଂଚୁ ଥିବା ବେଳେ ଚଳିତ କୋଭିଡ ମହାମାରୀ ରେ ମଧ୍ୟ ଲୋକ ଙ୍କ କଥା ଭୁଲି ନାହାନ୍ତି ! ଚଳିତ ବର୍ଷ କୋଭିଡ ମହାମାରୀ କୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଆର୍ଥିକ ସହଯୋଗ ରେ ଚଳିତ ମାସ 2 ତାରିଖ ରୁ ଘଟଗାଁ ଅଞ୍ଚଳରେ ବାସ କରୁଥିବା ଆଦିମ ଜନଜାତି ମଲ୍ହାର, ସୀତାରୀ ,ଥଟ୍ଟାରି ଜନ ସାଧାରଣ ମାନଙ୍କୁ ରଂଦ୍ଧା ଖାଦ୍ୟ ଯୋଗାଇଦେଉଛନ୍ତି !ମାନ୍ୟବର ବିଧାୟକ ଙ୍କ ଏପରି ମହତ କାର୍ଯ୍ୟ କୁ ସବୁ ମହଲରେ ପ୍ରଶଂସା କରାଯିବା ସହ କାର୍ଯ୍ୟକ୍ରମ ରେ ସହଯୋଗ ର ସଂମତି ପାଇଁ ଘଟଗାଁ ତହସିଲ ପ୍ରଶାସନ, ବ୍ଲକ ପ୍ରଶାସନ, ଓ ପୋଲିସ ପ୍ରଶାସନ କୁ ଅବଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି !ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ଦୈନିକ 100 ରୁ ଉର୍ଦ୍ଧ୍ବ ଲୋକ ଖାଦ୍ୟ ପାଇପାରୁଛନ୍ତି

Leave a Reply

Your email address will not be published. Required fields are marked *