ନିଖୋଜ ମହିଳାଙ୍କ ମୃତଦେହ ଭୃସଙ୍ଗଗଛ ବୁଦାମୁଳରୁ ଠାବ,ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମର ନିଖୋଜ ମହିଳାଙ୍କ ମୃତଦେହ ଭୃସଙ୍ଗଗଛ ବୁଦାମୁଳରୁ ଠାବ ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ହୋଇଛି ।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଚଳାଇଛନ୍ତି ।ସୁଚନାପ୍ରକାରେ ଅମୂଲୀ ନାହାକ ଗତ ୨୩ ତାରିଖ ରୁ ନିଖୋଜ ଥିଲା ବେଳେ ଆଜି କୋଳିଦାଶପୁର ନିକଟରେ ଥିବା ହିରାଧର ଭାଟିଆ ତଥା ଭୃସଙ୍ଗଗଛ ବୁଦାମୁଳରୁ ମହିଳାଙ୍କ ମୃତ ଦେହ ଠାବ ହୋଇଛି I କୌଣସି କାରଣରୁ ମହିଳ ଜଣଙ୍କ ନିଖୋଜ ରହିଥିଲେ ବୋଲି ଅସ୍ପଷ୍ଟ ଥିବା ଗ୍ରାମବାସୀ କହିଛନ୍ତି । ଏହାପରେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପତ୍ତା ମିଳିବା ନେଇ ଚେଷ୍ଟା ଜାରିରହିଥିଲା । କୌଣସି ସୁତ୍ରରୁ ଖବରପାଇ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମଇଁଷି ଚରାଳୀ ,ଇଟାଭାଟି ,କାଜୁଗଛଥିବା ଏବଂ ଭୃସଙ୍ଗଗଛ ପାଖରେ ଲୋକଙ୍କ ଯାତାୟତ ଥିବାବେଳେ ଦୁର୍ଗନ୍ଧ ପାଇବା ପରେ ମୃତ ଦେହକୁ ଦେଖିପାରିଥିଲେ କାର୍ଯ୍ଯରେ ନିୟୋଜିତ ଥିବା ଶ୍ରମିକ Iପରେ ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ I ଅନ୍ୟ ପଟେ ଘଟଣା ଘଟିଥିବା ଅଞ୍ଚଳର କେଉଁ ଥାନା ଅନ୍ତର୍ଗତ ଥିବା ବେଳେ ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣ ନେଇ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିବା ବେଳକୁ ଗୋଟିଏ କୀଟନାଶକ ଔଷଧ ବୋତଲ ଥିବା ଜଣାପଡିଛି I ତେବେ ପାରିବାରିକ କଳହ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିଲା ତାହା ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତନାଘନା କରିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *