ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’!ରୁଷିଆ କମାଣ୍ଡର ଦେଲେ ଚେତାବନୀ

ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ ଓ୍ବାଗନର ଗ୍ରୁପ କରିପାରନ୍ତି। ସୂଚନାଯୋଗ୍ୟ, ରୁଷିଆର ପ୍ରାଇଭେଟ ଆର୍ମି ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନ ନିକଟରେ ଧମକ ଦେଇଥିଲେ କି ସେ ୟୁକ୍ରେନର ବାଖମୁତରେ ନିଜ ସୌନିକଙ୍କୁ ହଟାଇ ପାରନ୍ତି। ପ୍ରିଗୋଝିନଙ୍କ ଅଭିଯୋଗ ହେଉଛି ତାଙ୍କ ସେନାଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳୁନାହିଁ।
ମିଡିଆ ରିପୋର୍ଟ ଅନୁଯାୟୀ, ରୁଷିଆ କମାଣ୍ଡର ଇଗୋର ଗିରକିନ କହିଛନ୍ତି କି ପ୍ରିଗୋଝିନ, ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସାର୍ବଜନିକ ଭାବେ ଆଲୋଚନା କରି ସାରିଛନ୍ତି। ଇଗୋର କହିଛନ୍ତି, ଯେମିତି ପ୍ରିଗୋଝିନ କରୁଛନ୍ତି, ସେ ମୋର୍ଚ୍ଚାରୁ ତାଙ୍କ ଯବାନଙ୍କୁ ହଟାଇ ଦେବେ, ଯଦି ସେ ହାଇକମାଣ୍ଡଙ୍କ ସହ କଥା ହେବା ବିନା ଏମିତି କରିବେ ତେବେ ଏହା ସିଧାସଳଖ ଭାବେ ସେନା ବିଦ୍ରୋହ ବୋଲି ଧରି ନେବାକୁ ପଡିବ। ଇଗୋର ଆହୁରି ମଧ୍ୟ କହିଛନ୍ତି କି ଯଦି ପ୍ରିଗୋଝିନ ମୋର୍ଚ୍ଚାରୁ ନିଜ ସେନାଙ୍କୁ ହଟାଇ ଦେବେ ତେବେ ଏହା ରୁଷିଆ ପାଇଁ ବିନାଶକାରୀ ହୋଇପାରେ। ଓ୍ବାଗନରର ଗ୍ରୁପ ମୁଖ୍ୟ ଖୋଲାଖୋଲି ଭାବେ ରୁଷିଆର ସେନା ନିବୃତ୍ତର ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *