ଟ୍ୱିଟରରେ ପୁଣି ଏକ ପରିବର୍ତ୍ତନ ! ଏଣିକି ପ୍ରତି ଆର୍ଟିକଲ୍ ପଢ଼ିବା ପାଇଁ ଦେବାକୁ ପଡିବ ଚାର୍ଜ

ନୂଆଦିଲ୍ଲୀ:ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ମାଲିକ ଏଲନ୍ ମସ୍କ ପୁଣି ଏକ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ଏଣିକି ୟୁଜର ମାନଙ୍କୁ ପ୍ରତି ଆର୍ଟିକଲ୍ ପଢ଼ିବା ପାଇଁ ଚାର୍ଜ ଦେବାକୁ ପଡିବ। ଏହାଛଡ଼ା ଯଦି ୟୁଜର ମାସିକ ସବସ୍କ୍ରିପସନ୍ ପାଇଁ ସାଇନ୍ ଅପ୍ ନ କରନ୍ତି, ତେବେ ଆର୍ଟିକଲ ପଢିବା ପାଇଁ ସେମାନଙ୍କୁ ଆହୁରି ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ |

ମସ୍କ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତା ମାସରୁ ମିଡିଆ ପବ୍ଲିସରଙ୍କୁ ସେମାନଙ୍କ ଆର୍ଟିକିଲ ପଢିବା ପାଇଁ ଚାର୍ଜ ନେବାକୁ ଅନୁମତି ଦେବ ଟ୍ୱିଟର । ୟୁଜର ମାନଙ୍କୁ ‘ପ୍ରତି ଆର୍ଟିକିଲ୍ ଆଧାରରେ’ ଚାର୍ଜ କରାଯିବ ଏବଂ ଯଦି ସେମାନେ ମାସିକ ସବସ୍କ୍ରିପସନ୍ ପାଇଁ ସାଇନ୍ ଅପ୍ ନକରନ୍ତି ତେବେ ଅଧିକ ଟଙ୍କା ଲାଗିବ ।

ଏହାପୂର୍ବରୁ ମସ୍କ ଭେରିଫାଏଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ଘୋଷଣା କରିଥିଲେ। ମସ୍କ କହିଥିଲେ ଯେ ଯେଉଁ ୟୁଜର ବ୍ଲୁ ଟିକ୍ ପାଇଁ ଟଙ୍କା ନ ଦେବେ, ସେମାନଙ୍କୁ ବ୍ଲୁ ଟିକ୍ ମିଳିବ ନାହିଁ। ମସ୍କ କରିଥିବା ଘୋଷଣା ମୁତାବକ ଏପ୍ରିଲ୍ ୨୦ ରୁ ଭେରିଫାଏଡ୍ ପୁରୁଣା ଆକାଉଣ୍ଟ ଗୁଡ଼ିକରୁ ମାଗଣା ବ୍ଲୁ ଟିକ୍ ମାର୍କ ହଟାଯାଇଥିଲା। ଏହା ପୂର୍ବରୁ ମଧ୍ୟ ମସ୍କ ଘୋଷଣା କରିଥିଲା ଯେ ଯଦି ଏକ ବ୍ଲୁ ଟିକ୍ ଆବଶ୍ୟକ ହୁଏ, ତେବେ ଏଥିପାଇଁ ମାସିକ ଚାର୍ଜ ଦେବାକୁ ପଡିବ।

ଭାରତରେ ବର୍ତ୍ତମାନ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ସେବା ମାସିକ ୬୫୦ ଟଙ୍କାରୁ ଆରମ୍ଭ ହେଉଛି | ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହା ୯୦୦ ଟଙ୍କା ଧାର୍ଯ୍ୟ କରାଯାଇଛି |

Leave a Reply

Your email address will not be published. Required fields are marked *