ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର

ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ ଦେବଦତ୍ତ ସିଂହ ।
ପୋଲିସ ମୁଖ୍ୟାଳୟ ଆଇଜି ହୋଇଛନ୍ତି ଦେବଦତ୍ତ ।
ଏହା ସହିତ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି ।
ବରଗଡ଼ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ନେଇଛନ୍ତି ।
ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ମିଳିଛି ।
ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ ।
ସେହିପରି ମାଲକାନଗିରିର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ପିଏସ ମୀନା ।