ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରରେ ମନ କୀ ବାତ କାର୍ଯ୍ୟକ୍ରମ
କୋଣାର୍କ,୨୯.୦୪.୨୦୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ ୧୦୦ତମ ଅଧ୍ୟାୟ ପୂର୍ତ୍ତି ଅବସରରେ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ମନ କୀ ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ମନ କୀ ବାତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳ ବାସସି ପ୍ରାୟ ୧ହଜାର ଦର୍ଶକ ସାମିଲ ହୋଇଥିଲେ । ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୭ଟା ୩୦ରେ ପ୍ରାୟ ୩୦ମିନିଟ ଧରି ସୂର୍ଯ୍ୟ ମନ୍ଦିରରେ ଶବ୍ଦ ଓ ଆଲୋକ ମାଧ୍ୟମରେଚାଲିଥିଲା ମୋଦୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ଦର୍ଶନ ମେବାଇଲ ଟର୍ଚ ଜଲାଇ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ । ଏହାପରେ ଶବ୍ଦ ଓ ଆଲୋକ ମାଧ୍ୟମରେ ମନ୍ଦିରର ଚୂଡାରୁ ପାଦଦେଶ ପର୍ଯ୍ୟନ୍ତ ମୁଖଶାଳା ଓ ନାଟ୍ୟମନ୍ଦିର ଉପରେ ଭାରତର ଇତିହାସ, ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ଗାଥା ପ୍ରଦର୍ଶିତ ହୋଇଥିଲା। ଏହାକୁ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସ୍ମିତା ବ୍ରଜସୁନ୍ଦର ଗଡ଼ନାୟକ, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ, ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।