ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାୟଗଡ଼ା ବ୍ଲକ ଅନ୍ତର୍ଗତ କର୍ଲାକଣା ପଞ୍ଚାୟତ ସ୍ଥିତ ଗାଦବଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ କମଳିନୀ ଦେବୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଛବିଲାଲ ସିଂ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥିଭାବେ ପେଣ୍ଟା ସି ଆର୍ ସି ସି ଶ୍ରୀ ଉମାଶଙ୍କର ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଦଣ୍ଡାସି ପେଦେଣ୍ଟି ଯୋଗ ଦେଇଥିଲେ । ଅତିଥି ମାନେ ଶ୍ରୀ ଗଜନାନଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଶ୍ରୀ ଶ୍ରୀ ପ୍ରମୋଦ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଉତ୍ସବରେ ସାଇ ପ୍ରିୟା ନଗର ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ପଟ୍ଟନାୟକ, ଏଲ ଏସ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ମହାନ୍ତି, ଜେକେ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ସରିତା ଦାସ, ବାପୁଜୀ ନଗର ସ୍କୁଲର ଶିକ୍ଷକ ଶ୍ରୀ କାର୍ତ୍ତିକ ସୁଆଁସିଆ , କୋଲନରା ବ୍ଲକର ଶିକ୍ଷକ ଶ୍ରୀ ଭାସ୍କର ଚନ୍ଦ୍ର ବାରିକ ଓ ଜେକେ କାଗଜ କଳର ଅବସର ପ୍ରାପ୍ତ କର୍ମଚାରୀ ଶ୍ରୀ ଗୋପୀନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ସେମାନଙ୍କର ବକ୍ତବ୍ୟରେ ଅବସର ନେଉଥିବା ଶିକ୍ଷୟିତ୍ରୀଙ୍କ କାର୍ଯକାଳରେ ସେ କିପରି ସମର୍ପିତ ଭାବନା ନେଇ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଶିକ୍ଷାଦାନ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀମାନେ ସେମାନଙ୍କ କୋହ ଭରା ବକ୍ତବ୍ୟରେ ଶିକ୍ଷୟିତ୍ରୀ ଗୁଣ ଗାନ କରିଥିଲେ । । ବିଦ୍ୟାଳୟ ପକ୍ଷରୁ ବିଦାୟୀ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର, ଉପଢୌକନ, ଭାଗବତ ଗୀତା ଓ ସ୍ଵର୍ଣ୍ଣ ଅଳଙ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *