ନୟାଗଡ ଚାଇଲଡ ଲାଇନ ଦ୍ୱାରା ବନ୍ଦ କରାଗଲା ବାଲ୍ୟ ବିବାହ

ନୟାଗଡ଼ :- ନୟାଗଡ଼ ଚାଇଲଡ ଲାଇନ ଓଡଗାଁ ଶୁଣ୍ଢୀ ଝୋଲା ଗ୍ରାମ ରେ ବିଳମ୍ବିତ ରାତିରେ ଏକ ବାଲ୍ୟ ବିବାହ କୁ ରୋକା ଯାଇଥିଲା। ଝିଅର ବୟସ 16 ,ଦଶମ କ୍ଲାସ ,ଗ୍ରାମ – କଲ୍ୟାଣ ପୁର, ଶରଣକୁଳ ହୋଇଥିବା ବେଳେ ପୁଅ – ଭଗବାନ ସାହୁ, (30) ପିତା – ସୁକୁରିଆ ସାହୁ ,ଗ୍ରାମ – ଶୁଣ୍ଢୀଝୋଲା, ଓଡଗାଁ ରେ ଝିଅ ଟିକୁ ଆଣି ପୁଅ ଘର ଗ୍ରାମରେ ଖୁବ ଧୁମଧାମରେ ଭୋଜି ଭାତର ଆସରା ଚାଲିଥିଲା ଓ ବିବାହ ହେବା ସହିତ ରିସେପେସସନ ମଧ୍ୟ ଗୋଟିଏ ଦିନରେ ହେଉଥିଲା।

ଚାଇଲଡ ଲାଇନ ନୟାଗଡ଼ କୁ ଖବର ଆସିବା ପରେ ଚାଇଲଡ ଲାଇନ ଓ ଓଡଗାଁ ପୋଲିସ ମିଳିତ ଭାବରେ ସେ ଗ୍ରାମକୁ ଯାଇ ବିବାହ ଟିକୁ ବନ୍ଦ କରା ଯାଇଥିଲା ଓ ଗ୍ରାମ ର ଲୋକ ଓ ପୁଅର ପିତା ମାତା ଙ୍କୁ ବୁଝା ଯାଇଥିଲା, ହେଲେ ଝିଅ ଘର ଲୋକ ଏହି ବାହାଘରରେ ସାମିଲ ହୋଇନଥିଲେ। ପିଲାକୁ ସେ ସ୍ଥାନରୁ ଉଦ୍ଧାର କରାଯାଇଥିଲା ଓ ଝିଅଟିକୁ ନୟାଗଡ଼ ଚାଇଲଡ ଲାଇନ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରା ଯାଇ ସଖୀ କେନ୍ଦ୍ରରେ ରଖାଯାଇଥିଲା।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ।