୫ଟି ସଚିବଙ୍କୁ ରଜନୀକାନ୍ତ ଙ୍କ ପତ୍ର
ସୋରଡା-୦୧/୦୫/୨୩- ଗଞ୍ଜାମ ଜିଲ୍ଲା ସୋରଡାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଓଡିଶା ୫ଟି ସଚିବଙ୍କୁ ଅନୁରୋଧ କରିଛନ୍ତି ସୋରଡା ଏନ ଏ ସି ର ୦୮ ନମ୍ବର ୱାର୍ଡର କାଉନସିଲର । ବର୍ତ୍ତମାନ ପରିସ୍ଥିତିରେ ସୋରଡା ଜଗନ୍ନାଥ ମନ୍ଦିରର ଆବଶ୍ୟକ ମରାମତି ସହ ପୁନରୁଦ୍ଧାର କାର୍ଯ୍ୟର ଆବଶ୍ୟକତା ରହିଛି। ମନ୍ଦିରର ରୋଷଘର ଅତ୍ୟନ୍ତ ଦୟନୀୟ ଭାବେ ଭଗ୍ନ ଅବସ୍ଥାରେ ରହିଛି। ସେହିପରି ମନ୍ଦିରର ଅନ୍ୟାନ କାର୍ଯ୍ୟକୁ ମଧ୍ୟ ତ୍ବରାନିତ କରିବାର ଆବଶ୍ୟକତା ରହିଛି। ଗଞ୍ଜାମ ଜିଲ୍ଲା ସୋରଡା ଜଗନ୍ନାଥ ମନ୍ଦିର ୧୭ଶହ ମସିହାରେ ଖିଡିଶିଙ୍ଗୀ ରାଜବଂଶ ରାଜା କୁଞ୍ଜ ବିହାରୀ ସିଂ ଦେଓଙ୍କ ସମୟରେ ନିର୍ମାଣ କରାଯାଇଥିବା ବେଳେ ଆଜକୁ ଏହା ପ୍ରାୟ ୩୫୦ ବର୍ଷ ପୁରୁଣା ହେଲାଣି।
ବର୍ତ୍ତମାନ ଖିଡିଶିଙ୍ଗୀ ରାଜବଂଶ ଦାୟାଦ ଡା ଦେବଦତ୍ତ ସିଂ ଦେଓ ଜଗନ୍ନାଥଙ୍କ ସେବାରେ ନିୟୋଜିତ ହେବା ସହ ୧୩୦ ବର୍ଷ ପରେ ଛେରାପହଁରା ନୀତି ସମ୍ପନ୍ନ କରୁଛନ୍ତି। ସୋରଡା ଜଗନ୍ନାଥ ମନ୍ଦିର ଟି ଓଡିଶା ହିନ୍ଦୂ ଦେବୋତ୍ତର ବିଭାଗ ଅଧୀନ ରେ ରହିଛି। ହିନ୍ଦୁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ର ପ୍ରତିଦିନ ପୂଜା ନୀତି ପାଇଁ ମିଳୁଥିବା ଅନୁଦାନ ପର୍ଯ୍ୟାପ୍ତ ହେଉନଥିବା କହିଛନ୍ତି ନିର୍ବାଚିତ ଜନପ୍ରଧିନିଧି। ଏପରି ପରିସ୍ଥିତି ରେ ମନ୍ଦିର ଚଳାଇବା ଏକ କଷ୍ଟ କର ବ୍ୟାପାର ବୋଲି କହିଛନ୍ତି ସେ। ମନ୍ଦିର ର ପୂଜା ନୀତି ପାଇଁ ଯଥେଷ୍ଟ ହେଉନଥିବା ଅନୁଦାନ କିପରି ରଥ ଯାତ୍ରା ଠାରୁ ଆରମ୍ଭ କରି ମନ୍ଦିର ର ମରାମତି ପାଇଁ ଯଥେଷ୍ଟ ହେବ ତାହା ଚିନ୍ତା ର ବିଷୟ। ଦୀର୍ଘ ଦିନ ହେଲା ମନ୍ଦିର ର ରଙ୍ଗ ଦେବା କାର୍ଯ୍ୟ ହୋଇନପାରିବା ଯୋଗୁଁ ମନ୍ଦିର ଏବେ ସଂପୂର୍ଣ୍ଣ କଳା ପଡିଗଲାଣି। ଆବଶ୍ୟକ ଅର୍ଥ ଅଭାବ ଯୋଗୁଁ ୩୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ପ୍ରଭୁ ଜଗନ୍ନାଥ ଙ୍କ ନବକଳେବର ମଧ୍ୟ ସମ୍ଭବ ହେଉନି। ବର୍ତ୍ତମାନ ରାଜ୍ୟସରକାର ମନ୍ଦିର ମଠ ର ଉନ୍ନତ୍ତି ପାଇଁ ଆବଶ୍ୟକ ଅନୁଦାନ ଦେଉଥିବା ବେଳେ ରାଜ୍ୟ ର ୫ ଟି ସଚିବ ବିଭିନ୍ନ ଧାର୍ମିକ ପିଠ ପରିଦର୍ଶନ କରି ଏହା ର ଉନ୍ନତି କରଣ ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ର ସବୁଠାରୁ ପୁରୁଣା ୩୦୦ ବର୍ଷରୁ ଉର୍ଦ୍ଧ୍ବ ଏହି ପ୍ରାଚୀନ ମନ୍ଦିର ପାଇଁ ଆବଶ୍ଯକୀୟ ଅନୁଦାନ ଏଯାବତ ମିଲୁନି। ଏପରିକି ସୋରଡାରୁ ବିଜୟ ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟ ଏହି ପ୍ରାଚୀନ ମନ୍ଦିର ର ଉନ୍ନତି ପାଇଁ ଅବଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି, ଯାହା ଫଳରେ ରାଜ୍ୟ ରୁ ଆର୍ଥିକ ଅନୁଦାନ ମିଳିବା ସମ୍ଭବ ହେଉନି। ଏପରି ସ୍ଥିତି ରେ ସୋରଡା ୦୮ ନମ୍ବର ୱାର୍ଡ ର କାଉନ୍ସିଲର ଏହି ମନ୍ଦିର ସୁରକ୍ଷା ଓ ପୁନରୁଦ୍ଧାର ଓ ମରାମତି ପାଇଁ ଆବଶ୍ୟକ ପଡୁଥିବା ଅନୁଦାନ ନିମନ୍ତେ ରାଜ୍ୟସରକାରଙ୍କ ୫ ଟି ସଚିବ ଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ୫ ଟି ସଚିବ ଏଥି ପ୍ରତି ଦୃଷ୍ଟି ଦେଇ ମନ୍ଦିରର ପୁନରୁଦ୍ଧାର, ଓ ସୌନ୍ଦର୍ଯ୍ୟ କରଣ ଏବଂ ମରାମତି ପାଇଁ ଆବଶ୍ଯକୀୟ ଅନୁଦାନ ପ୍ରଦାନ କଲେ ସୋରଡାରେ ଥିବା ଗଞ୍ଜାମ ଜିଲା ର ୩୦୦ ରୁ ଉର୍ଦ୍ଧ ବର୍ଷ ର ଏହି ପ୍ରାଚୀନ ମନ୍ଦିରର ଉନ୍ନତି ହୋଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି।
ରିପୋର୍ଟ :-ରଂଜିତ କୁମାର ପୋଲାଇ।